ଅନୁଗୋଳ : ବିଜେଡିର କ୍ଲିନ୍ ସୁଇପ୍ !

Straight to the Point

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ପୁଣିଥରେ ବାଜି ମାରିଛି ବିଜେଡି । ୨୦୧୪ ନିର୍ବାଚନର ସଫଳତା ଦୋହରାଇବା ରାସ୍ତାରେ ଅଗ୍ରସର ବିଜେଡି । ଗତ ନିର୍ବାଚନ ଭଳି ୨୦୧୯ ରେ ମଧ୍ୟ କ୍ଲିନ୍ ସୁଇପ୍ ରାସ୍ତାରେ ବିଜେଡି ଥିବା ଜଣା ପିଛି । ଅନୁଗୋଳ ଜିଲ୍ଲାର ମୋଟ ୫ ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ପାଲଲହଡା ଓ ଆଠମଲ୍ଲିକରେ ବିଜେଡି ପ୍ରାର୍ଥୀ ମୁକେଶ ପାଲ ଓ ରମେଶ ଚନ୍ଦୟ ସାଏ ବିଜୟୀ ହୋଇଥିବା ବେଳେ ତାଳଚେରରେ ବିଜେଡି ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ହାଟ୍ରିକ୍ ବିଜୟ ହୋଇଛନ୍ତି । ଅନୁଗୋଳ ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ପ୍ରାଥ୍ରୀ ମଧ୍ୟରେ କଡା ଟକରରେ ବିଜେଡି ବିଜୟ ଲାଭ କରିଛି । ଫଳାଫଳକୁ ନେଇ ବିଜେଡି କର୍ମୀ ମହଲରେ ଉଲ୍ଲାସ ଖେଳି ଯାଇଥିବା ବେଳେ କେତେକ ସ୍ଥାନରେ କର୍ମୀ ଖୁସି ମନାଇଛନ୍ତି । ତେବେ ଜିଲ୍ଲାରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି ।
ପାଲଲହଡାରେ ମୁକେଶ ମ୍ୟାଜିକ୍ : ୨୦୧୪ ନିର୍ବାଚନରେ ଅନୁଗୋଳ ଜିଲ୍ଲାର ୫ଟି ଯାକ ନିର୍ବାଚନ ମଣ୍ଡଳୀରେ କ୍ଲିନ୍ ସ୍ୱିପ୍ କରିଥିଲା ବିଜେଡି । ଏଥର ମଧ୍ୟ ଦଳ ଚମକ୍ରାର ପ୍ରଦର୍ଶନ କରି ସବୁ ଆସନ ପୋଛି ନେଇଛି । ପାଲଲହଡା ନିର୍ବାଚନ ମଣ୍ଡଳୀରେ ବିଜେଡିର ନବାଗତ ପ୍ରାର୍ଥୀ ମୁକେଶ ପାଲଙ୍କ ମ୍ୟାଜିକ ଦେଖିବାକୁ ମିଳିଛି । ମୁକେଶ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ୬୪୧୬ ଭୋଟରେ ହରାଇ ବିର୍ଜ ତିଳକ ପିନ୍ଧିଛନ୍ତି । ମୁକେଶ ୫୮ ହଜାର ୯୯୫ ଟି ଭୋଟ୍ ପାଇଥିବା ବେଳେ ଅଶୋକ ପାଇଛନ୍ତି ୫୨ ହଜାର ୬୭୬ ଖଣ୍ଡ ଭୋଟ । କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଗଡନାୟକ ମାତ୍ର ୧୨ ହଜାର ୧୬୪ ଭୋଟ ପାଇଛନ୍ତି । ୨୦୧୭ରେ ନିଜିଗଡ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ବିଜେପି ସମର୍ଥନରେ ବିଜୟୀ ହୋଇ ପାଲଲହଡା ବ୍ଲକ ଅଧ୍ୟକ୍ଷ ଆସନରେ ମୁକେଶ ପାଲ ବସିଥିଲେ । ୨୦୧୯ ରେ ବିଜେପି ଟିକଟ ପାଇବାରୁ ନିରାଶ ହେବା ପରେ ବିଜେଡିରେ ସେ ସାମିଲ ହୋଇଥିଲେ ।
ଆଠମଲ୍ଲିକରେ ରମେଶ ରାଜ୍ : ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବାଜିମାତ୍ କରିଛନ୍ତି ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏହି ପୂର୍ବତନ ପ୍ରଶାସନିକ ଅଧିକାରୀ ବିଶାଳ ବିଜୟ ହାସଲ କରିଛନ୍ତି । ସାଏ ୮୬ ହଜାର ୨୫୪ ଖଣ୍ଡ ଭୋଟ ପାଇ ବିଜୟ ମୁକୁଟ ପିନ୍ଧିଛନ୍ତି । ବିଜେପି ପ୍ରାର୍ଥୀ ଭାଗିରଥୀ ପ୍ରଧାନ ୩୯ ହଜାର ୭୦ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଓ କଂଗ୍ରେସ ପ୍ରାର୍ଥୀ ବିଜୟ ନନ୍ଦ ଚାଉଳିଆ ୩୦୯୨୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
ଅନୁଗୋଳରେ ରଜନୀ ପ୍ରତାପ ଲଢେଇ : ଜିଲ୍ଲାର ଗୁୁରୁତ୍ତ୍ୱପୂର୍ଣ୍ଣ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂହ ଓ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ମଧ୍ୟରେ କଡା ଟକଖର ଦେଖିବାକୁ ମିଳିଛିସ । ଏଠାରେ କଂଗ୍ରେସ ପ୍ରାର୍ଥୀ ବିପ୍ଲବ ଜେନା ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାଁନ୍ତି ।
ଛେଣ୍ଡିପଦାରେ ସୁଶାନ୍ତ – ଅଗସ୍ତି ଛକାପଞ୍ଝା :
ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । ଏଠାରୁ ବିଜେଡି ପ୍ରାର୍ଥୀ ସୁଶାନ୍ତ ବେହେରା ଅଗସ୍ତୀ ଙ୍କୁ ପରାସ୍ତ କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସସ୍ମିତା ବେହେରା ତୃତୀୟ ସ୍ଥାନରେ ରହିଛନ୍ତି ।

error: Thank You Keep Visiting