କାଉଁନସିଲରରୁ ଲୋକସଭା ସାଂସଦ

Straight to the Point

ଅନୁଗୋଳ : ଅନୁଗୋଳ ଜିଲ୍ଲାର ତାଳଚେର ପୌର ପରିଷଦ ୱାର୍ଡ ନଂ -୨ ର ପ୍ରାକ୍ତନ ଭଲିବଲ ଖେଳାଳି କାଉଁନସିଲର ଭାବରେ ନିର୍ବାଚିତ ହୋଇଥିଲେ ମହେଶ ସାହୁ । ତାପରେ ଭାରତୀୟ ଜନତା ଦଳ ତରଫରୁ ୧୯୯୦ ମସିହାରେ ତାଳଚେର ବିଧାୟକ ପ୍ରାର୍ଥୀ ଭାବରେ ଛିଡା ହୋଇ ପରାଜିତ, ତାପରେ ୧୯୯୫ ମସିହାରୁ ୨୦୦୮ ମସିହା ପର୍ଯ୍ୟନ୍ତ ବିଧାୟକ ଭାବରେ ରହିଥିଲେ । ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନ ଏବଂ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକଳାପରେ ସେହି ସମୟରେ ଅତିଷ୍ଠ ଥିଲେ । ପ୍ରଧାନ ଦ୍ୱୟ ହେଲେ ପିତା ଓ ପୁତ୍ର । ଶ୍ରୀ ସାହୁ ୨୦୦୮ ମସିହାରେ ବିଜୁ ଜନତା ଦଳ (ବିଜେଡି) ରେ ମିଶିଲେ । ୨୦୦୯ ମସିହାରେ ବିଜେଡି ତରଫରୁ ତାଳଚେରରୁ ବିଧାୟକ ଭାବରେ ଛିଡା ହୋଇ ସ୍ୱାଧୀନ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନଙ୍କ ଠାରୁ ପରାଜିତ ହେଲେ । ଶ୍ରୀ ସାହୁ ବିଧାନସଭାରେ ନିଜର କାର୍ଯ୍ୟଦକ୍ଷତା ପାଇଁ ରାଜ୍ୟ ସରକାରଙ୍କ ଠାରୁ ନୀଳକଣ୍ଠ ଉପାଧି ପାଇଥିଲେ । ୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ ପଣ୍ୟାଗାର ଅଧ୍ୟକ୍ଷ ଭାବରେ ଶ୍ରୀ ସାହୁଙ୍କୁ ନିଯୁକ୍ତି ଦେଲେ । ଶ୍ରୀ ସାହୁ ପଣ୍ୟାଗର ବିଭାଗର ଲାଭ ୧୬ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରି ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ୨୦୧୪ ମସିହାରୁ ବିଜେଡି ତରଫରୁ ପାଲଲହଡା ରୁ ବିଧାୟକ ଭାବରେ ପ୍ରାର୍ଥୀ ହୋଇ ନିର୍ବାଚିତ ହେଲେ । ତା’ପରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ଦାୟୀତ୍ୱ ନେଇ ସୁଚାରୁ ରୂପେ ପରିଚାଳନା କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଦେଶର ଧନୀଶାଳୀ / ଶିଳ୍ପାଞ୍ଚଳ ଲୋକସଭା ମଣ୍ଡଳୀ ଢେଙ୍କାନାଳ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବରେ ଛିଡା ହୋଇ ବିଜେପି ପ୍ରାର୍ଥୀ ରୁଦ୍ରପାଣୀଙ୍କୁ ୩୭୯୭୬ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ଲୋକସଭା ସାଂସଦ ଭାବରେ ନିର୍ବାଚିତ ହେଲେ ।

error: Thank You Keep Visiting