ଜଗତସିଂହପୁର ଜିଲ୍ଲାରେ ଚାରି ବିଧାନସଭା ଓ ଲୋକସଭାରେ ବିଜେଡିର ବାଜିମାତ୍

Straight to the Point

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ·ରିବିଧାନ ସଭା ଓ ଲୋକ ସଭାରେ ବିଜେଡିର ବାଜିମାତ ହୋଇଛି ।ଚଳିତ ନିର୍ବାଚନରେ ·ରିଟି ନିର୍ବାଚନ ମଣ୍ଡଳୀର ଜନସାଧାରଣ ସବୁ ଦଳକୁ ପଛରେ ପକାଇ ନବିନ ପଟ୍ଟନାୟକଙ୍କ ସରକାରକୁ ଭରସା କରି ଜିଲ୍ଲାର ହେଭିୱେଟ୍ ଙ୍କୁ ପଛରେ ପକାଇ ସମସ୍ତ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭାଟଦେଇ ଜୟଯୁକ୍ତ କରିଛନ୍ତି । ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ଜଗତସିଂହପୁର ବିଧାନସଭା ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି କଂଗ୍ରେସପ୍ରାର୍ତୀ ଚିରଞ୍ଜୀବ୍ ବିଶ୍ୱାଳଙ୍କୁ ପରାସ୍ତ କରି ବିଜୟୀ ହୋଇଥିବା ବେଳେ ତିର୍ତ୍ତୋଲ ବିଧାନ ସଭା ପ୍ରାର୍ଥୀ ବିଷ୍ଣୁ ଦାସ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ବିପୁଳ ଭୋଟରେ ପରାସା୍ତ କରି ବିଜୟ ହୋଇଛନ୍ତି । ପାରାଦ୍ୱୀପ ବିଧାନସଭା ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ସଂପଦ ସ୍ୱାଇ ଓ କଚଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲକୁ ବିପୁଳ ଭୋଟରେ ପରାସ୍ତ କରି ବିଜୟୀ ମୁକୁଟ ପିନ୍ଧିଛନ୍ତି । ସେହି ଭଳି ବାଲିକୁଦା ଏରସାମା ନବାଗତ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବରିଷ୍ଠ ବିଜେପି ନେତା ଡ.ଦାମଦୋର ରାଉତ ଓ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କୁ ବିପୁଳ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ତେବେ ଜଗତସିଂହପୁର ଜିଲ୍ଲାରେ ସବୁ ଅଙ୍କ ଭୁଲ ପ୍ରମାଣିତ ହୋଇଛି ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି । ବିଜେଡିର ବିଜୟକୁ ନେଇ ବିଜେଡି ଶିବିରରେ ଉତ୍ସବ ମୁଖର ହୋଇ ଉଠିବା ସହିତ ବିଜୟ ପ୍ରାର୍ଥୀ ମାନେ ଆଜି ମା ଶାରଳା ଓ ଗୋରକ୍ଷନାଥ ମନ୍ଦିର ଦର୍ଶନ କରିଥିବା ଜଣାପଡଛି ।

error: Thank You Keep Visiting