କାଠମାଣ୍ଡୁରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର

Straight to the Point

ଭୁବନେଶ୍ୱର: ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କରାଯାଇ ଗୁରୁବାର ଦିନ ବେସ୍ କ୍ୟାମ୍ପ-୪ରୁ ସ୍ୱତନ୍ତ୍ର ହେଲିକପ୍ଟଟର ଯୋଗେ ନେପାଳର ରାଜଧାନୀ କାଠମାଣ୍ଡୁକୁ ଅଣାଯାଇଛି । ସେଠାରେ କଳ୍ପନାଙ୍କ ପ୍ରାର୍ଥିବ ଶରୀରକୁ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି । ତେବେ କାଗଜପତ୍ର ପ୍ରକ୍ରିୟା ଏବଂ ପୋଷ୍ଟ ମର୍ଟମ୍ ପାଇଁ ମର ଶରୀର ଭୁବନେଶ୍ୱର ଆଣିବାରେ ବିଳମ୍ବ ହୋଇପାରେ । ସୂଚନାଯୋଗ୍ୟ ଏଭରେଷ୍ଟ ଆରୋହଣ କରି ଫେରିବା ବେଳେ ଗତ ୨୩ ତାରିଖରେ କଳ୍ପନା ଦାଶଙ୍କ ଦେହାନ୍ତ ହୋଇଥିଲା ।

error: Thank You Keep Visiting