ସୂଚନା ଓ ଲୋକସଂପର୍କ ମନ୍ତ୍ରୀଙ୍କ ବିଭାଗ ପରିଦର୍ଶନ

Straight to the Point

ବିଭାଗର କ୍ରିୟାଶୀଳତା ଅବ୍ୟାହତ ରଖିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଗୁରୁବାର ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ବିଭାଗର କ୍ରିୟାଶୀଳତା ଅବ୍ୟାହତ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଲୋକସଂପର୍କ ଭବନରେ ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ସରକାର ଓ ଜନଗଣଙ୍କ ମଧ୍ୟରେ ସଂଯୋଜକ ସେତୁ ଭାବରେ କାର୍ଯ୍ୟ କରୁଥିବା ପରିପ୍ରେକ୍ଷୀରେ ବିଭାଗର ସମସ୍ତ ଅଧିକାରୀ ଓ କର୍ମ·ରୀ ନିଷ୍ଠା ତଥା ଶୃଙ୍ଖଳାର ସହିତ ଦାୟିତ୍ୱ ସଂପାଦନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ପରିଦର୍ଶନ ସମୟରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଉପ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାରଣା, ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି, ଶ୍ରୀ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ବିଭିନ୍ନ ପ୍ରଭାଗରେ କାର୍ଯ୍ୟ କରୁଥିବା ଅଧିକାରୀ ତଥା ବିଭିନ୍ନ ବିଭାଗର ସୂଚନା ଅଧିକାରୀମାନେ ମନ୍ତ୍ରୀ ଶ୍ରୀ ଦାସଙ୍କୁ ସ୍ୱାଗତ ଜଣାଇଥିଲେ ।

error: Thank You Keep Visiting