ଭାରରେ ବୁହାହେଲେ ଗର୍ଭବତୀ

Straight to the Point

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁମ୍ଫାୱାଡ଼ା ଗ୍ରାମ ପଂଚାୟତର ସିଡ଼ିପାକା ଗ୍ରାମ ଠାରେ ୧୦୮ ଆମ୍ବୁଲାନ୍ସ ପହଂଚି ନପାରିବାରୁ ଭାରରେ ପୁଣି ବୁହାହେଲେ ଗର୍ଭବତୀ ମହିଳା । ମହିଳା ଜଣଙ୍କର ପେଟ ଯନ୍ତ୍ରଣା ଆରମ୍ଭ ହେବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ୧୦୮ ଆମ୍ବୁଲାନ୍ସ ଗ୍ରାମ ନିକଟସ୍ଥ ଗ୍ରାମ ଠାରେ ପହଂଚି ଆଉ ଆଗକୁ ଯାଇପାରି ନଥିଲା । ୩ କି.ମି. ରାସ୍ତା ଖରାପ ଥିବାରୁ ବାଧ୍ୟହୋଇ ନିଜ ସ୍ୱାମୀ କାନ୍ଥରେ ନିଜ ସ୍ତ୍ରୀର ଅବସ୍ଥା ସଂକଟାପନନ ହେବାରୁ ବୋହି ଆଣିଥିଲେ ଏକ ଭାରରେ । ତା’ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିଥିଲେ । ସେଠାରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ବର୍ତମାନ ମା’ ଓ ଝିଅଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି ।

error: Thank You Keep Visiting