ଦାୟିତ୍ବ ଗ୍ରହଣ ପରେ ଓଡିଶା ଫେରିଲେ ଦୁଇ କେନ୍ଦ୍ରମନ୍ତ୍ରୀ

An Independent Media

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଦାୟିତ୍ବ ଗ୍ରହଣ ପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଶନିବାର ଓଡିଆ ଫେରିଛନ୍ତି । ସେମାନଙ୍କ ସ୍ବାଗତ ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରାଜ୍ୟ ବିଜେପର ସଭାପତି ତଥା ବଲାଙ୍ଗୀର ସାଂସଦ ବସନ୍ତ ପଣ୍ଡା, ଉପସଭାପତି ସମୀର ମହାନ୍ତି, ଅପରାଜିତ ଷଡ଼ଙ୍ଗୀ, ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ, ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ନେତା ଉପସ୍ଥିତ ଥିଲେ । ବିପୁଳ ସ୍ୱାଗତ ସମ୍ବର୍ଦ୍ଧନାରେ ତାଙ୍କୁ ବିଜେପି କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ । ପରେ ସେମାନେ ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ମୋଦୀଙ୍କ ଦ୍ୱିତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟ ମିଳିଛି । ବାଲେଶ୍ୱରରୁ ନିର୍ବାଚିତ ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଏମ୍‌ଏସ୍‌ଏମ୍‌ଇ ଓ ମତ୍ସ୍ୟ, ଗୋ-ପାଳନ ଓ ପଶୁ ସମ୍ପଦ ବିଭାଗର ଦାୟିତ୍ୱ ମିଳିଛି ।

error: Thank You Keep Visiting