ପ୍ରସିଦ୍ଧ ଶିବ ବିବାହରେ ଝଲସିଲା ଆଖଣ୍ଡଳମଣି ପୀଠ

An Independent Media

ଆରଡି:(ଓଡ଼ିଶାଜର୍ଣ୍ଣାଲ) ଭଦ୍ରକ ଜିଲ୍ଲାର ର ପ୍ରସିଦ୍ଧ ଶୈବ ପୀଠ  ଆରଡ଼ି  ଧାମର ବାବା ଆଖଣ୍ଡଳମଣି ଙ୍କ ର  ସଂପୂର୍ଣ୍ଣ ନୀତି ନିୟମ ଭିତରେ ବ୍ରାହ୍ମ ମୁହୁର୍ତ୍ତରେ ସମ୍ପନ୍ନ ହେଲା ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ | ସମସ୍ତ ଦେବାଦେବୀଙ୍କ ସହ ବର ବେଶରେ ସୁସଜ୍ଜିତ ବିଶାଳ ବରଯାତ୍ରୀ ଶୋଭାଯାତ୍ରା ଆଲିଥିଲେ ଦେବାଧିଦେବ ମହାଦେବ | ମହାଦେବ ଶିବଙ୍କ ଆଗମନ ପରେ ସମସ୍ତ ବିଧି ବିଧାନ ସହ ସମାପନ ହୋଇଥିଲା ବିବାହ ପର୍ବ | ଶିବ ବିବାହ ଉତ୍ସବରେ ସାମିଲ ହେବା ପାଇଁ  ଆରଡ଼ି ପୀଠରେ ଜମିଥିଲା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ।

ଆକର୍ଷଣ ଥିଲାସନ୍ଧ୍ୟାରେ ବରଯାତ୍ରୀ ବେଳର ଦୃଶ୍ୟ  ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଏପରିକି  ଶ୍ରୀକ୍ଷେତ୍ର ପୁରୀର ସାହିମେଢ, ଶଣ୍ଢନାଚ, ବାଘନାଚ, ବନାଟି, ବାଲେଶ୍ୱରର ପାଇକ ଆଖଡା, ଅଶୁରନାଚ, ପଶ୍ଚିମ ଓଡିଶାର ମାଦଲ ବାଜା, ଦୁଲୁଦୁଲି, ଷଣ୍ଢ ଲଢେଇ, ଲଉଡି ବାଦ୍ୟ, ମୟୁରଭଞ ଧୁମସା ବାଦ୍ୟ, ବ୍ରହ୍ମପୁରର ଯୋଡିଶଙ୍ଖ ଯାଜପୁର ର ଆତସ ବାଜି ଭଦ୍ରକର ଡ୍ରମ ପାଟି ଆଦି ବାଦ୍ୟ  ।ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ  ଜିଲ୍ଲା ପୋଲିସ ପ୍ରଶାସନ ଓ ସେବାୟତ ସଙ୍ଘ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା |

error: Thank You Keep Visiting