ମନ୍ତ୍ରୀ ପାଇଁ ହାଲା, ପାଇଲେ ଉପ-ବାଚସ୍ପତି

Straight to the Point

ଅନୁଗୋଳ : ଅନୁଗୋଳ ଜିଲ୍ଲା ରାଜ୍ୟ ତଥା କେନ୍ଦ୍ରର ଜଣାଶୁଣା ଶିଳ୍ପାଞ୍ଚଳ ଅଟେ । ଦେଶକୁ ଅଧିକ ରାଜସ୍ୱ ଦେଉଥିବା ଲୋକସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ । ଏହି କ୍ଷେତ୍ରର ଅନୁଗୋଳ ବିଧାସନଭା ନିର୍ବାଚନ ମଣ୍ଡଳୀଟି ହେଉଛି କଂଗ୍ରେସ ବିରୋଧି । ରାଜ୍ୟର ଜଣାଶୁଣା ପ୍ରାକ୍ତନ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦୈତ ପ୍ରସାଦ ସିଂଙ୍କ ସୁପୁତ୍ର ପୂର୍ବତନ ମନ୍ତ୍ରୀ ତଥା ୪ ଥର ବିଧାୟକ (ବିଜେଡି) ରାଜନୀ କାନ୍ତ ସିଂ । ଶ୍ରୀ ସିଂ ଜିଲ୍ଲା ବିଜେଡି ସଭାପତି ଅଛନ୍ତି । ୨୦୦୯ ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ । କାର୍ଯ୍ୟ ଠକ୍ ନ ତୁଲାଇବାରୁ ବିଦା ହେଲେ ।୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପୁଣି ଶ୍ରୀ ସିଂଙ୍କୁ ଅନୁଗୋଳର ବିଧାୟକ ପ୍ରାର୍ଥୀ ଭାବେ ଛିଡା କରାଇଲା । ବହୁ କଷ୍ଟରେ ଶ୍ରୀ ସିଂ ବିଜୟ ଲାଭ କଲେ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପରିବାର ସହ ଶ୍ରୀ ସିଂଙ୍କ ପିତାଙ୍କ ସଂପର୍କ ଥିବାରୁ ଏଥର ମଧ୍ୟ ତାଙ୍କ ସମର୍ଥକ ଦାବୀ କରୁଥିଲେ ମଣ୍ଟୁନା (ଶ୍ରୀ ରଜନୀକାନ୍ତ ସିଂ) ମନ୍ତ୍ରୀ ହେବେ । ଅନୁଗୋଳ ଜିଲ୍ଳାରୁ କାହାରିକୁ ମନ୍ତ୍ରୀପଦ ମିଳିଲା ନାହିଁ । ପ୍ରାୟ ୯ ଦିନ ପରେ ଉପ ବାଚସ୍ପତି ପଦ ମିଳିଲା । ମନ୍ତ୍ରୀ ପଦ ତ ମିଳିଲା ନାହିଁ, ବିଜେଡି ଜିଲ୍ଲା ସଭାପତି ପଦକୁ ଶ୍ରୀ ସିଂ ଛାଡିବେ ।

error: Thank You Keep Visiting