ଫୋନି କ୍ଷତିଗ୍ରସ୍ତ ରାହାଙ୍ଗିରିଆ ଗାଁ ପରିଦର୍ଶନ କଲେ ୨ କେନ୍ଦ୍ରମନ୍ତ୍ରୀ

An Independent Media

ପୁରୀ: ବାତ୍ୟା ଫୋନିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ପଂଚାୟତ ରାହାଙ୍ଗିରିଆ ଗାଁକୁ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଦଳୀୟ ନେତା ସମ୍ବିତ ପାତ୍ର ଓ ଦଳର ସଦସ୍ୟଙ୍କ ସହ ଗସ୍ତ କରି ସେଠାକାର ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ବାତ୍ୟାରେ କ୍ଷତିଗ୍ରସ୍ତ ରାହାଙ୍ଗିରିଆ ଗାଁ ଧୀରେ ଧୀରେ ସ୍ୱାଭାବିକ ହେବା ଆରମ୍ଭ କରିଛି । ପୁରୀ ସଦର ଓ ଅନ୍ୟାନ୍ୟ ପ୍ରମୁଖ ଅଂଚଳରେ ବିଜୁଳି ପହଁଚିଥିବା ବେଳେ ଏପର୍ଯ୍ୟନ୍ତ ରାହାଙ୍ଗିରିଆ ସମେତ ଅନେକ ଗ୍ରାମାଂଚଳରେ ବିଦ୍ୟୁତ ପହଁଚିନାହିଁ । ତେଣୁ ପୁରୀ ଜିଲ୍ଲାର ସବୁ ଗାଁକୁ ବିଜୁଳି ପହଁଚାଇବା ପାଇଁ ସ୍ଥାନୀୟ ପ୍ରଶାସନକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

ଆଜିର ଏହି ଗସ୍ତକାଳରେ ରାହାଙ୍ଗିରିଆ ଗାଁର ଲୋକମାନେ ଗାଁର ବିକାଶ ଓ ପୁନରୁଦ୍ଧାର ସମ୍ବନ୍ଧୀୟ ସମସ୍ୟା ଜଣାଇଥିବା ବେଳେ ଗାଁଗଣ୍ଡାରେ ସବୁ ସୁବିଧା ଶୀଘ୍ର ସ୍ୱାଭାବିକ କରାଯିବା ନେଇ ସ୍ଥାନୀୟ ପ୍ରାଶାସନିକ ଅଧିକାରୀଙ୍କୁ ଅବଗତ କରାଯିବ । ସବୁ ଲୋକଙ୍କୁ ନ୍ୟାୟ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ ,ପୂର୍ବରୁ ଫୋନି ବାତ୍ୟା ପରେ ମଇ ୫ ତାରିଖରେ ଶ୍ରୀ ପ୍ରଧାନ ଏହି ବାତ୍ୟା ପ୍ରଭାବିତ ଗାଁକୁ ଗସ୍ତ କରିଥିଲେ ।

error: Thank You Keep Visiting