ଜଗତସିଂହପୁର ମୁଖ୍ୟଚିକିତ୍ସାଳୟର ପାଇଖାନା ପ୍ୟାନ ଭିତରୁ ମିଳିଲା ମୃତ ନବଜାତ ଶିଶୁ

An Independent Media

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ଭିଭାଗ ୱାର୍ଡ ନିକଟରେ ଥିବା ପାଇଖାନା ଘରେ ଏକ ନବଜାତ ଶିଶୁକୁ ମାରି ପାଇଖାନା ପ୍ୟାନ ଭିତରେ ପୁରାଇ ଦିଆଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଳି ରାତିରେ ନବଜାତକ ଶିଶୁକୁ କିଏ ଜନ୍ମ ଦେଇ ପୁଣି ତାକୁ ମାରି ପାଇଖା ପ୍ୟାନ ଭିତରେ ପୁରାଇ ଚମ୍ପଟ ମାରିବା ଘଟଣା ପ୍ରଘଟ ହୋଇଯାଇଥିଲା । ଉକ୍ତ ପାଇଖାନାକୁ ଶୌଚହେବା ପାଇଁ ସକାଳୁ ରୋଗିମାନେ ଯାଇଥିବା ବେଳେ ସେଠାରେ ସେମାନେ ପାଇଖାନା ପ୍ୟାନ ଭିତରେ ଏକ ନବଜାତ ଶିଶୁକୁ କିଏ ମାରି ପୁରାଇଥିବା କହିଥିଲେ । ଚିକିତ୍ସାଳୟ ଭିତରେ ସିକ୍ୟୁରିଟି ସଂସ୍ଥାର କର୍ମ·ରୀ ମାନେ ଉକ୍ତ ଘରକୁ ବନ୍ଦକରି ରଖିଥିଲେ ଓ ପରେ ପରେ ସୁଇପର ଡାକି ତାକୁ ପାଇଖାନା ପ୍ୟାନ ଭିତରୁ ବାହାର କରି ଏକ ଜରିରେ ପୁରାଇ କୁଆଡେ ଲୁଚାଇ ଦେଇଥିଲେ । ଏପରିକି ସିକ୍ୟୁରିଟି ସଂସ୍ଥାର ସୁପରଭାଇଜର ଗଣ ମାଧ୍ୟମ କାଳେ ଜାଣିଯିବେ ସେଥିପାଇଁ କବାଟ ବନ୍ଦ କରି ରଖିବାପାଇଁ ସିକ୍ୟୁରିଟି ଗାର୍ଡମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଉପସ୍ଥିତ ଜନସାଧାରଣ ମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଜଣେ ନବଜାତ ଶିଶୁକୁ କିଏ ମାରି ପ୍ୟାନଭିତରେ ପୁରାଇଦେଇ ପଳେଇଲା ତାହା ତଦନ୍ତ ସାପେକ୍ଷ । ଚିକିତ୍ସାଳୟରେ ଏତେ ସୁରକ୍ଷା ବ୍ୟବସ୍ଥାଥାଇ ମଧ୍ୟ ଏଭଳି ଘଟଣାକୁ କେହି ଦେଖିନପାରବା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏ ସଂପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସାଅଧିକାରୀଙ୍କୁ ପ·ରିବାରୁ ସେହିଥିଲେ ଉକ୍ତ ଘଟଣା ସଂପର୍କରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

error: Thank You Keep Visiting