ଅଖିଳ ଭାରତ ଛାତ୍ର ସଂଘ ପକ୍ଷରୁ ମଦ ବିକ୍ରି ପ୍ରୋତ୍ସାହନ ଓ ୯୬୬ ବିଦ୍ୟାଳୟ ବନ୍ଦ ବିରୁଦ୍ଧରେ ପ୍ରତିବାଦ

An Independent Media

ଭୁବନେଶ୍ୱର: ଅଖିଳ ଭାରତ ଛାତ୍ରସଂଘ (ଏ.ଆଇ.ଏସ୍.ଏଫ୍.) ଏବଂ ଅଖିଳ ଭାରତ ଯୁବ ସଂଘ (ଏ.ଆଇ.ୱାଇ.ଏଫ୍.) ପକ୍ଷରୁ ଓଡ଼ିଶାରେ ଅଧିକ ମଦ ବିକ୍ରି କରୁଥିବା ସଂସ୍ଥାମାନଙ୍କୁ ପ୍ରୋତ୍ସାହନ ଓ ପରୀକ୍ଷାରେ ଭଲ ଫଳାଫଳ କରିନଥିବା ୯୬୬ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ସରକାରଙ୍କ ନିଷ୍ପତି ବିରୁଦ୍ଧରେ ପ୍ରତିବାଦ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ରାଜମହଲ ଛକଠାରୁ ଏକ ଶୋଭାଯାତ୍ରାରେ ଯାଇ ମାଷ୍ଟର କ୍ୟାଂଟିନ୍ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏ.ଆଇ.ଏସ୍.ଏଫ୍.ର ରାଜ୍ୟ ସଭାନେତ୍ରୀ ସାଥୀ ସଂଘମିତ୍ରା ଜେନା, ରାଜ୍ୟ ସମ୍ପାଦକ ସାଥୀ ଜଗନ୍ନାଥ ପାତ୍ର, ରାଜ୍ୟନେତା ସାଥୀ ମିର୍ଜା ତୋହିଦ୍ ବେଗ୍, ଯୁବସଂଘର ରାଜ୍ୟ ସଭାପତି ସାଥୀ ସଦାନନ୍ଦ ସାହୁ, ରାଜ୍ୟ ସମ୍ପାଦକ ସାଥୀ ପ୍ରଦୀପ ସେଠୀ, ରାଜ୍ୟନେତା ତପନ୍ ସିଟ୍, କୁମାର ଜାନି, ହୃଦାନନ୍ଦ ପ୍ରଧାନ, ଗୁପ୍ତ ଦଳେଇ, ଶ୍ୟାମଘନ ଗଣ୍ଡ ପ୍ରମୁଖ ଉଦ୍ବୋଧନ ଦେଇ ରାଜ୍ୟ ସରକାରଙ୍କ ମଦ ବନ୍ୟା କରାଇବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଯେଉଁ ମଦ ବ୍ୟବସାୟୀ ଅଧିକ ମଦ ବ୍ୟବସାୟୀ କରିଛି, ତାକୁ ପ୍ରୋତ୍ସାହନ ସ୍ୱରୂପ ପୁରସ୍କାର ଦେଇ ଓଡ଼ିଶାରେ ଯୁବସମାଜକୁ ପଥଭ୍ରଷ୍ଟ କରାଇବା ଏବଂ ୩୦ ଜିଲ୍ଲାରେ ମଦ ବ୍ୟବସାୟୀମାନେ ବିଜେଡ଼ି ଓ ବିଜେପିର ନିର୍ବାଚନୀ ବ୍ୟୟ ପରିଚାଳନା କରିବା ତାହାର ହୀନ ପ୍ରୟାସକୁ ସରକାରୀ ମୋହର ଲଗାଇଥିବାରୁ ଏହାକୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁ ସ୍ତରରେ ପ୍ରତିରୋଧ କରିବା ପାଇଁ ଏ.ଆଇ.ଏସ୍.ଏଫ୍. ପକ୍ଷରୁ ଆହ୍ୱାନ ଦିଆଯାଇଛି । ସେହିଭଳି ଓଡ଼ିଶାର ୯୬୬ଟି ହାଇସ୍କୁଲ୍ରେ ପରୀକ୍ଷାଫଳ ନିରୁତ୍ସାହ ଜନକ ହେବା ବାହାନାରେ ବନ୍ଦ କରିବା ନିଷ୍ପତି ନେଇଛନ୍ତି । ପରୀକ୍ଷା ଫଳ ଖରାପ ହେବାର କାରଣ ଅନୁଧ୍ୟାନ କଲେ ସରକାର ସମଗ୍ର ରାଜ୍ୟର ସମସ୍ତ ବିଦ୍ୟାଳୟରେ ସମାନୁପାତିକ ଶିକ୍ଷକ, ଶିକ୍ଷା କର୍ମଚାରୀ, ବିଜ୍ଞାନାଗାର, ପାଠାଗାର ବ୍ୟବସ୍ଥା ନକରି ସମାନ ପ୍ରଶ୍ନରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କଲାବେଳେ ପରୀକ୍ଷା ଫଳରେ ବ୍ୟତିକ୍ରମ ହେବା ସ୍ୱଭାବିକ ଏବଂ ଏଥିପାଇଁ ସରକାର ଦାୟୀ । ସରକାର ନିଜ ଦୋଷ ଲୁଚାଇବା ସହ ଘରୋଇ ଶିକ୍ଷା ବେପାରୀମାନଙ୍କ ଖେଳଣା ହୋଇଛନ୍ତି ବୋଲି ଛାତ୍ର ଓ ଯୁବନେତାମାନେ ଅଭିଯୋଗ କରିଛନ୍ତି ।

error: Thank You Keep Visiting