ଫିନିକ୍ସ ସେବା ଦ୍ୱାରା ଚେତନା ମାନସିକ ଅନଗ୍ରସର ବିଦ୍ୟାଳୟରେ ମାଗଣା ଦନ୍ତ ଚିକିତ୍ସା ଶିବର ଅନୁଷ୍ଠିତ

An Independent Media

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସାମାଜିକ ସଙ୍ଗଠନ “ଫିନିକ୍ସ ସେବା’ ଦ୍ୱାରା ଜୟଦେବ ବିହାରସ୍ଥିତ “ଚେତନା ମାନସିକ ଅନଗ୍ରସର ବିଦ୍ୟାଳୟ’ ପରିସରରେ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଫିନିକ୍ସ ସେବାର ଅଧ୍ୟକ୍ଷ ମଲ୍ଲିକ୍ ଆୱେସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡଃ ରାଜୀବ ସେଠୀ, ସଗୁପ୍ତା ଶୟୋନିକା ଉପସ୍ଥିତ ରହି ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ କୁନି କୁନି ପିଲାମାନଙ୍କର ଯତ୍ନ ସହକାରେ ଦନ୍ତ ପରୀକ୍ଷା କରିବା ସହ ଆବଶ୍ୟକତା ଅନୁଯାୟୀ ଔଷଧ ପ୍ରଦାନ କରିଥିଲେ । ପିଲାମାନେ କିଭଳି ନିଜ ଦାନ୍ତର ଯତ୍ନ ନେବା ଦରକାର, ସେ ବିଷୟରେ ଡଃ ସେଠୀ ଆଲୋକପାତ କରିଥିଲେ । ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ପିଲାମାନଙ୍କୁ ଉଚିତ ଔଷଧ ବଣ୍ଟନ କରିବା ସହ କାର୍ଯ୍ୟକ୍ରମ ଶେଷରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ପୂର୍ବୀ ପ୍ରିୟଙ୍କା, ଅଭିନେତ୍ରୀ ସୁଶ୍ରୀ ଏଲିନା, ରୁନି ପ୍ରଧାନ, ହରିଶ୍ଚନ୍ଦ୍ର ପଟ୍ଟନାୟକ, ଦୀପକ ନାୟକ, ସ୍ୱପ୍ନେଶ୍ୱର ଦାସ, ଲୋପାମୁଦ୍ରା ରଥ, ପ୍ରଣତି ମହାରାଜ, ଶେଖ ରେହେମାନ୍, ରାଜେଶ ଦାସ, ତନୁଜ ସୁନ୍ଦର ରାୟ, ଅର୍ପିତା ପଢ଼ିଆରୀ ଓ ଚେତନା ବିଦ୍ୟାଳୟ ତରଫରୁ ସ୍ମୃତିରେଖା ମିଶ୍ର ଓ ଚାରୁଲତା ସାମନ୍ତରାୟ ଉପସ୍ଥିତ ଥିଲେ । ସ୍ୱଚ୍ଛାସେବୀ ସଙ୍ଗଠନର ଏହି କାର୍ଯ୍ୟକ୍ରମଟିକୁ ଚେତନା ମାନସିକ ଅନଗ୍ରସର ସ୍କୁଲ ତରଫରୁ ଭୂୟସୀ ପ୍ରଶଂସା କରାଯାଇଥିଲା ।

error: Thank You Keep Visiting