ଯିଏ ଅପରାଧ କରିବ,ବନ୍ଧା ହେବ:ଦାମ ରାଉତ

Straight to the Point

ଭୁବନେଶ୍ୱର: ପାରାଦ୍ୱୀପ ସମୁଦ୍ରରେ ମଙ୍ଗୋଲିୟ ଯାହାଜ୍ ବ୍ଲାକ୍ ରୋଜ୍ ବୁଡିବା ଘଟଣା ଉପରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ପୁନର୍ବାର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ୩୦ କୋଟି ଟଙ୍କାର ସମ୍ପତି ଦୀର୍ଘ ୯ ବର୍ଷ ଧରି ବୁଡି ରହିଛି । ଯିଏ ଅପରାଧ କରିବେ ସେମାନେ ବନ୍ଧା ହେବେ । ତେଣୁ ଯେଉଁମାନେ ଅପରାଧୀ ସେମାନେ ନିଶ୍ଚୟ ବନ୍ଧା ହେବେ ବୋଲି ସେ କହିଛନ୍ତି । ସିବିଆଇ ତଦନ୍ତ ହେଲେ ସବୁ କଥା ଲୋକ ଲୋଚନକୁ ଆସିବ ।
କେନ୍ଦ୍ର ଅର୍ଥମନ୍ତ୍ରୀ ପି . ଚିଦାମ୍ବରମ୍ ଙ୍କୁ ମଧ୍ୟ ସିବିଆଇ ଛାଡିନାହିଁ । ଏପରିକି ଝାରଖଣ୍ଡ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସିବିଆଇ ତଦନ୍ତ ସମ୍ମୁଖୀନ ହେବା ସହ ଜେଲ୍ ଯିବାକୁ ପଡିଛି । ରାଜନୈତିକ ସମ୍ପୃକ୍ତି ଥିଲେ ମଧ୍ୟ ଆଇନ୍ ବାସିବିଆଇ କାହାକୁ ଛାଡେ ନାହିଁ । ୟୁପିଏ ଶାସନ କାଳରେ ମଓ୍ୟ ସିବିଆଇ ବହୁତ ଜଣଙ୍କୁ ଧରିଛି । ୨୦୧୪ରୁ ମୋଦି ଶଶସନକୁ ଆସିଲେଣି । ସବିଆଇ ତଦନ୍ତ ନେଇ ବହୁ ତୁମ୍ବିତୋଫାନ୍ କରୁଛନ୍ତି ମାତ୍ର ବାସ୍ତବ କ୍ଷେତ୍ରରେ କାହାକୁ ଧରୁ ନାହାନ୍ତି । ଏଥିନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସୁଛି ବୋଲି ସେ କହିଛନ୍ତି ।

error: Thank You Keep Visiting