ସକ୍ରିୟ ହେଉଛି ମୌସୁମୀ; ତିନି ଦିନ ବର୍ଷା ସମ୍ଭାବନା

An Independent Media

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ । ଆଜିଠାରୁ ପ୍ରାୟ ସମସ୍ତ ଜିଲ୍ଲାରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିଛି । ଆନ୍ଧ୍ର-ଓଡିଶା ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁ·ପର ରୂପ ନେବା ସହ ରାଜ୍ୟରେ ବର୍ଷା ଲାଗି ରହିଛି । ଏପରିକି ଆହୁରି ୩ଦିନ ଯାଏଁ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ପାଣିପାଗ ବିଭାଗର ସୂଚନାନୁସାରେ, ବାରିପଦାରେ ସର୍ବାଧିକ ୭୯.୪ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ କଟକରେ ୫୬.୮ ମିମି ବର୍ଷା ହୋଇଛି । ସମ୍ବଲପୁରରେ ୫୬ ମିମି ବର୍ଷା ରେକର୍ଡ କରାଯାଇଛି ।

error: Thank You Keep Visiting