ପିସିସି ସଭାପତିଙ୍କ ନିର୍ବାଚନ ସମୀକ୍ଷା ବୈଠକ

Straight to the Point

ଭଦ୍ରକ:- ଦୀର୍ଘ ଦୁଇମାସର ପରେ ବ୍ଲକ କଂଗ୍ରେସ କମିଟି ତରଫରୁ ଭଣ୍ଡାରିପୋଖରୀ ରାଜୀବ ଭବନ ଠାରେ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ୱରେ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଧାୟକ ପ୍ରାର୍ଥୀ ହୋଇଥିବା ତଥା ପିସିସି ସଭାପତି ନରଞ୍ଜନ ପଟ୍ଟନାୟକ ଯୋଗ ଦେଇ ପରାଜୟକୁ ସମୀକ୍ଷା କରିବାକୁ ନିର୍ବାଚନରେ ଜିତିବା ଏକ ସମଷ୍ଟିଗତ ପ୍ରାୟାସ ହୋଇଥିଲେ ସୁଦ୍ଧା ପରାଜୟ ପାଇଁ ମୁଁ କାହାରିକୁ ଦାୟୀ ନକରି ବରଂ ମୁଁ ଏଥିପାଇଁ ନିଜେ ଦାୟୀ ବୋଲି ମତରଖିଥିଲେ ।

ଏଠାରେ ମୁଁ ପ୍ରାର୍ଥୀ ହେବା ଘଟଣା କି ଦୁର୍ଘଟଣା ଆଲୋଚନା କରିବାକୁ ଉଚିତ୍ ମଣୁନଥିଲା ବେଳେ ୬୨ ହଜାର ଲୋକଙ୍କ ଆର୍ଶୀବାଦ ପାଇଥିବାରୁ ଆଗାମୀ ୫ ବର୍ଷ ସେମାନଙ୍କ ସୁଖଦୁଖଃରେ ରହିବା ମୋର ନୈତିକ କର୍ତବ୍ୟ ଭାବି ଆସିଛି । ଆଗାମୀ ଦିନରେ ପ୍ରତ୍ୟେକ ପଂଚାୟତ ମାନଙ୍କରେ କଂଗ୍ରେସକୁ ମଜବୁତ୍ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହା ଛଡା ଜୋନ୍ ସ୍ତରରେ ସମୀକ୍ଷା ବୈଠକ ଡାକିବା ପାଇଁ ମଧ୍ୟ ବ୍ଲକ ନେତୃତ୍ୱଙ୍କୁ କହିଥିଲେ ।

ବୈଠକରେ ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ନରନାରାୟଣ ଜେନା,ପିତାମ୍ବର ନାୟକ,ଶ୍ୟାମସୁନ୍ଦର ମହାପାତ୍ର,ବିକାଶ ସାମଲ,ରମେଶ ଚନ୍ଦ୍ର ଭାରୀ,ପ୍ରଭାତନଳିନୀ ପଣ୍ଡା,ସୁବାଷ ଗୋଚ୍ଛାୟତ,ଧରିତ୍ରୀ ଜେନା,ଧନେଶ୍ୱର ପଣ୍ଡା,ନାରାୟଣ ଘଡେଇ,ସରପଂଚ ମନୋଜ ନାୟକ,ବିଜୟଶଂକର ମହାନ୍ତି,ବିଜୟ ସ୍ୱାଇଁଙ୍କ ସମେତ ଅନେକ କଂଗ୍ରେସ ନେତୃବୃନ୍ଦ ପରାଜୟର କାରଣ ସଂପର୍କରେ ଭିନ୍ନଭିନ୍ନ ମତ ଦେଇଥିଲେ ।

ବରିଷ୍ଠ କଂଗ୍ରେସ ନେତା ସୁବ୍ରତ ଦାସ,ଉଦୟ ନାରାୟଣ ନନ୍ଦ,ଗୋଲକ ଚନ୍ଦ୍ର ବେହେରା,ଜିଲା ମହିଳା ସଭାନେତ୍ରୀ ସବିତା ଚନ୍ଦ,ମମତା ନାୟକ,ଜୋନ୍ ସଭାପତି ପ୍ରଶାନ୍ତ ସାହୁ,ନାରାୟଣ ଚନ୍ଦ୍ର ବେହେରା ବିନୋଦ ବିହାରୀ ପଲେଇ,ସୁବାଷ କାଣ୍ଡି ପ୍ରମୁଖ ନିର୍ବାଚନୀ ସମୀକ୍ଷା ବୈଠକରେ ଉପସ୍ଥିତ ରହି ମତ ରଖିଥିଲେ । ୨୩ ଗୋଟି ପଂଚାୟତର ପ୍ରାୟ ୩୦୦ରୁ ଉର୍ଦ୍ଧକର୍ମୀ ଉପସ୍ଥିତ ରହି ଆଗାମୀ ଦିନରେ ଆଦୈା ହତୋତ୍ସାହ ନରହି କଂଗ୍ରେସ ସଂଗଠନକୁ ମଜବୁତ୍ କରିବା ପାଇଁ ସଂକଳ୍ପ ନେଇଥିଲେ ।

error: Thank You Keep Visiting