ରାହୁଲ ଗାନ୍ଧି କୋକିନ ନିଶା ସେବନ କରନ୍ତି : ସୁବ୍ରମଣ୍ୟମ ସ୍ୱାମୀ

An Independent Media

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋକିନ ନିଶା ସେବନ କରନ୍ତି ବୋଲି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଛନ୍ତି। ଯଦି ରାହୁଲଙ୍କ ଡୋପ ପରୀକ୍ଷା ହେବ ତେବେ ସେ ସୁନିଶ୍ଚିତ ବିଫଳ ହେବେ। କେନ୍ଦ୍ର ମନ୍ତ୍ରୀ ହରସିମ୍ରାତ କୌର ବାଦଲ ଡୋପ ପରୀକ୍ଷା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କୁ ଅହ୍ୱାନ ଦେବା ପରେ ସ୍ୱାମୀ ଏଭଳି ଅଭିଯୋଗ କରିଛନ୍ତି। ଉଲ୍ଲେଖ ଯେ ପଞ୍ଜାବ ସରକାର ସରକାରୀ କର୍ମଚାରୀଙ୍କ ନିଯୁକ୍ତି ପାଇଁ ଡୋପ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ନେଇ ଅକାଳି ଦଳ, ବିଜେପି ଏବଂ କଂଗ୍ରେସ ମଧ୍ୟରେ ବାକ୍‍ଯୁଦ୍ଧ ଜାରି ରହିଛି। ହରସିମ୍ରାତ କୌର ପଞ୍ଜାବ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ରାହୁଲ ଗାନ୍ଧିଙ୍କଠାରୁ ଏହାର ଆରମ୍ଭ ହେଉ ଓ ପରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମ୍ରିନ୍ଦର ସିଂହଙ୍କ ଡୋପ ପରୀକ୍ଷା କରାଯିବ ଉଚିତ୍‍ ବୋଲି କହିଥିଲେ। ସେହିପରି ଅକାଳି ଦଳ ନେତା ସୁଖବୀର ବାଦଲ ସମସ୍ତ ୧୧୭ ବିଧାୟକଙ୍କ ଡୋପ ପରୀକ୍ଷା କରିବା ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ହରସିମ୍ରାତଙ୍କ ଆହ୍ୱାନକୁ ଗ୍ରହଣ କରୁଛି ଓ ମୁଁ ଡୋପ ପରୀକ୍ଷା ପାଇଁ ପ୍ରସ୍ତୁତ ବୋଲି ଅମ୍ରିନ୍ଦର କହିଛନ୍ତି।

error: Thank You Keep Visiting