ରାଜସ୍ଥାନାର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଲେ ମୋଦୀ

Straight to the Point

ଜୟପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଜୟପୁରଠାରେ ଏକ ରାଲିରୁ ରାଜସ୍ଥାନାର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫିଙ୍କୁଛନ୍ତି। ଜୟପୁରର ପ୍ରସି୍‍ଦ୍ଧ ଅମରୁଦୋନ ଉଦ୍ୟାନରେ ଆୟୋଜିତ ସାଧାରଣ ସଭାରେ ଉଦ୍‍ବୋଧନ ଦେଇ ମୋଦୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଖୁବ ପ୍ରଶଂସା କରିଥିଲେ ଓ ରାଜ୍ୟ ସରକାରଙ୍କ ସଫଳତାର ଗୁଣଗାନ କରିଥିଲେ। ଏହି ଅବସରରେ ମୋଦୀ ପୂର୍ବର କଂଗ୍ରେସ ସରକାରଙ୍କ ଉପରେ ବର୍ଷଥିଲେ। ମୋଦୀ କହିଥିଲେ ଯେ କଂଗ୍ରେସକୁ ଅନେକ ଲୋକ ଶଗଡ଼ ଗାଡ଼ି ବୋଲି କହୁଛନ୍ତି; କାରଣ ଏହି ଦଳର ଅନେକ ନେତା ଏବେ ଜାମିନରେ ଅଛନ୍ତି। ପୂର୍ବ ସରକାର ସମୟରେ ରାଜସ୍ୱ ଖାଲି ହୋଇଯାଇଥିଲା। ଏବେକାର କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏବେ ଆଉ ଯୋଜନା ଅଟକୁନି, ଝୁଲୁନି କିମ୍ବା ବାଟବଣା ହେଉନାହିଁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧୦୦ କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେ ୧୨ଟି ଯୋଜନାର ହିତାଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ୨୦୨୨ ସୁଦ୍ଧା ସରକାର କୃଷକଙ୍କ ଆୟକୁ ଦ୍ୱିଗୁଣ କରିବା ପାଇଁ ଲକ୍ଷ୍ୟ ରଖିଥିବା କଥାକୁ ମୋଦୀ ଦୋହରାଇଥିଲେ। ସେ କହିଥିଲେ ଯେ ଦେଶବ୍ୟାପୀ ୧୪.୫ କୋଟି ଭୂ-ସ୍ୱାସ୍ଥ୍ୟ ପତ୍ର ବଣ୍ଟନ କରାଯାଇସାରିଛି। ସରକାର ଏବେ ଧାନ ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) ବୃଦ୍ଧି କରିଛନ୍ତି। ବାଜରା କ୍ୱିଣ୍ଟାଲ ପିଛା ୯୯୦ ଟଙ୍କା ଖର୍ଚ୍ଚ ହେଉଛି। ସରକାର ଏହାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ୧୯୫୦ ଟଙ୍କା କରିଛନ୍ତି। ସେହିପରି ଅନ୍ୟ ଫସଲର ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି ବୋଲି ମୋଦୀ କହିଥିଲେ।

error: Thank You Keep Visiting