ଭଦ୍ରକରେ ନୂତନ ମତ୍ସ୍ୟନିଗମ ଅଧ୍ୟକ୍ଷ ଅସୀତ୍ ପଟ୍ଟନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Straight to the Point

ଭଦ୍ରକ: ଓଡ଼ିଶା ମତ୍ସ୍ୟ ଉତ୍ପାଦନ ନିଗମର ନୂତନ ଅଧ୍ୟକ୍ଷଭାବେ ରାଜ୍ୟ ବିଜୁଜନତା ଦଳର ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ (ବୁଲୁ) ଦାୟିତ୍ୱ ନେବାପରେ ଆଜି ଭଦ୍ରକରେ ପହଞ୍ôଚଥିଲେ । ସକାଳ ୧୦ଘଟିକାରେ ଭଦ୍ରକରେ ପହଞ୍ôଚଥିଲେ । ଭଦ୍ରକ ବନ୍ତଛକରେ ପହଂଚିବା ପରେ ତାଙ୍କୁ ପ୍ରାୟ ଦୁଇହଜାରରୁ ଉଦ୍ଧ୍ୱର୍ ବିଜେଡ଼ି କର୍ମୀ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବାଣ ରୋଷଣୀ ବାଦ୍ୟ ସହ ଶ୍ଳୋଗାନ ପକାଇ ତାଙ୍କୁ ନିଜ ବାସଭବନକୁ ପାଛୋଟି ନେଇଥିଲେ । ବାସଭବନରେ ସମସ୍ତ କର୍ମୀ ଓ ବହୁ ନେତୃମଣ୍ଡଳୀ ଉପସ୍ଥିତଥିଲେ । ପରେ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମଳନୀରେ ମତ୍ସ୍ୟ ଉତ୍ପାଦନ ନିଗମର ନୂତନ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ତାଙ୍କୁ ଦିଆଯାଇଥିବା ଏହି ଗୁରୁଦାୟିତ୍ୱ ତୁଲାଇବା ପାଇଁ ସମସ୍ତଙ୍କ ସାହାଯ୍ୟ ସହଯୋଗ ମୂଳେ ମତ୍ସ୍ୟ ଉତ୍ପାଦନର ଉନ୍ନତି ନିମନ୍ତେ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରକାଶ କରିଥିଲେ ।

ଭଦ୍ରକରେ ମତ୍ସ୍ୟ ଉତ୍ପାଦନକାରୀଙ୍କର ଥିବା ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ଯଥେଷ୍ଟ ଉଦ୍ୟମ କରାଯିବା କଥା କହିଥିଲେ । ମତ୍ସ୍ୟ ବିଭାଗୀୟ ହେଚେରୀ, ଯାଆଁଳ, ନେଟ୍ ଫେକ୍ଟ୍ରି, ସମ୍ବନ୍ଧୀୟ କେତେକ ସୂଚନା ପ୍ରଦାନ କରିଥିଲେ । ମତ୍ସ୍ୟ ଚାଷର ଉନ୍ନତି ପାଇଁ ଋଣ ନେଇ ମତ୍ସ୍ୟଚାଷ କଲେ ଶତକଡ଼ା ୫୦ଭାଗ ସେମାନେ ଛାଡ଼ପାଇପାରିବେ ବୋଲି ମଧ୍ୟ କହିଥିଲେ । ସେହିପରି ବନ୍ଦରାଂଚଳରେ ଥିବା ପ୍ଲାଟ ଗୁଡ଼ିକରେ ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବା ନେଇ ପ୍ରଚେଷ୍ଟା ଜାରି ରହିବ ବୋଲି କହିଥିଲେ । ମଧୁରଜଳରେ ହେଉଥିବା ମତ୍ସ୍ୟଚାଷରେ ଭଦ୍ରକ ଅବହେଳିତ ଥିବା କଥା ଉପରେ ସାମ୍ବାଦିକଙ୍କ ପ୍ରଶ୍ନରେ ଏହାଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଭଦ୍ରକ ରାଜନୀତିରେ ସେ ଓତପ୍ରୋତ ଭାବେ ଜଡ଼ିତ ଥିବାରୁ ଆଗାମୀ ଦିନରେ ଭଦ୍ରକ ପୌରପାଳିକା ନିର୍ବାଚନରେ ତାଙ୍କର କ’ଣ ଫୋକସ୍ ରହିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଶ୍ରୀ ପଟ୍ଟନାୟକ ଭଦ୍ରକ ଦାୟିତ୍ୱରେ ବିଧାୟକ ଅଛନ୍ତି, ତାଙ୍କୁ ସେ ସାଧୁବାଦ୍ ଜଣାଇବା ସହିତ ଯେକୌଣସି ସମୟରେ ଯଦି କୌଣସି ସାହାଯ୍ୟ ସହଯୋଗ ଚାହାଁନ୍ତି ସେ ସଂମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ସହ ପୂର୍ବତନ ପୌର ଉପାଧ୍ୟକ୍ଷା କୌସରା ବେଗମ୍, ନଗର ବିଜେଡ଼ି ସଭାପତି ଶରତ ସ୍ୱାଇଁ ଓ ହେଜେରୀ ମ୍ୟାନେଜର ବିକାଶ ପଣ୍ଡା ଉପସ୍ଥିତ ଥିବାବେଳେ ବହୁ କର୍ମୀ ଯୋଗଦେଇଥିଲେ ।

ସେହିପରି ସକାଳେ ବିଜେଡ଼ିର ବରିଷ୍ଠ ନେତା ତଥା ବ୍ଲକ ସଭାପତି ରାଧାକାନ୍ତ ସାମଲ, ବିଜେଡ଼ି ନଗର ସଭାପତି ଶରତ ସ୍ୱାଇଁ, ଯୁବସଭାପତି ସେକ୍ ଇସ୍ଲାମ୍, ସେକ୍ ସହିଦ୍, ଅନିଳ୍ ତ୍ରିପାଠୀ, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଂଗଠନ ସଂପାଦକ ଆଶୁତୋଷ ପଣ୍ଡା, ନାସିରୁଦ୍ଦିନ୍ ଖାଁ, ଦିପୁନ୍ ଦୀକ୍ଷିତ୍, ସୀମନ୍ତ ମଙ୍ଗରାଜ, ଫରିୟାଦ୍ ଖାଁ, ସଲିମ୍ ଖାଁ, ଆଇନ୍ ଜୀବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଆଇନ୍ଜୀବୀ ଗୋପବନ୍ଧୁ ଦୀକ୍ଷିତ୍, ତପନ ରାଉତ, ସୁରେଷ ଦାସ ପ୍ରମୁଖଙ୍କ ନେତୃତ୍ୱରେ କର୍ମୀମାନେ ଶ୍ରୀ ପଟ୍ଟନାୟକଙ୍କୁ ଶୋଭାଯାତ୍ରାରେ ନେଇଥିଲେ ।

error: Thank You Keep Visiting