ମନ୍ଦାକିନୀ କରଙ୍କୁ ନେଇ ଜଗତସିଂହପୁର ବିଜେଡି ରାଜନୀତିରେ ସରଗରମ

An Independent Media

ଜଗତସିଂହପୁର: ଆଗାମି ୨୦୧୯ ନିର୍ବାଚନରେ ବିଜେଡି ନାରି ନେତ୍ରୀ ମନ୍ଦାକିନୀ କରଙ୍କୁ ନେଇ ମଇଦାନକୁ ଓହ୍ଲାଇବ ବୋଲି ଚର୍ଚା ଜଗତସିଂହପୁର ବିଜେଡି ରାଜନିତିରେ ସରଗରମ କରିଛି । କେବଳ ଏତିକିରେ ସରିନାହିଁ ରାଜନିତି ମନ୍ଦାକିନୀ ଛତ୍ର ଜିବନରୁ ବିଜେଡି ରାଜନିତିରେ ପାଦ ଥାପି ଆଜି ସେ କେବଳ ଜଗତସିଂହପୁର ନୁହେଁ ସାରା ରାଜ୍ୟରେ ଗୋଟେ ସ୍ୱତନ୍ର ପରିଚୟ ଶୃଷ୍ଟି କରିପାରିଛନ୍ତି ବିଜେଡି ରାଜନିତିରେ । ଓଡିଶା ବିଜେଡି କୋର୍ କମିଟିରେ ବେସ୍ ପରିଚିତ ଥିବା ରାଜ୍ୟ ବିଜୁ ଜୁବ ଜନତା ଦଳର ଏକମାତ୍ର ଉପ ସଭାନେତ୍ରି ମନ୍ଦାକିନୀ କର ମୁଖ୍ୟମନ୍ତ୍ରୀଙ୍କ ବେସ୍ ନିକଟତର ବୋଲି ରାଜ୍ୟ ରାଜନିତିରେ କାହାକୁ ଅଛପାନାହିଁ । ସେହିପରି ନିକଟରେ ଓଡିଶା ସରକାରଙ୍କ ଶିଶୁ ସୁରକ୍ଷା ବିକାଶ ଆୟୋଗ ଶଦସ୍ୟା ପାଇଁ ଲମ୍ବା ଲାଇନ୍ ଲାଗିଥିଲେ ବି ମୁଖ୍ୟମନ୍ତ୍ରୀ ମନ୍ଦାକିନୀଙ୍କ ଉପରେ ଆସ୍ତାପ୍ରକଟ କରିଥିଲେ । ନିକଟରେ ଭୂବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଟିମ୍ ବ୍ୟଠକ ପାଳନ ଅବସରରେ ବି ସେହିପରି ବହୁତ କର୍ମି ସେଲ୍ଫି ନେଉଥିବାର ଦେଖିବାକୁ ମିଳିଥିଲା ତାଙ୍କ ସହିତ । ଏହାର ତାତ୍ପଯ୍ୟ କିଛି ଜୁବ-ଛାତ୍ର ନେତାଙ୍କଠାରୁ ଜାଣିବାକୁ ମିଳିଲାଯେ ଦଳିୟ ମହଲରେ ରୋକ୍ଠୋକ୍ କଥାକହୁଥିବା ଜଗତସିଂହପୁରର ଝିଅ ମନ୍ଦାକିନୀ ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟ କରି ମହିଳା,ଶିଶୁ ତଥା ବିଭିନ୍ନ ବର୍ଗର ସାଧାରଣଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କରି ଆସୁଛନ୍ତି ଏବଂ ଜିଏ ଜେଉଁ କାମନେଇକି ଆସେ ସେ ସୁଚାରୁ ରୁପେ ତାଙ୍କ କାମତୁଲାଇ ପାରନ୍ତି ବୋଲି କିଛିନେତା ପ୍ରକାଶ କରିଥିଲେ । ସେହିପରି ସେ ଏଥର ଜଗତସିଂହପୁର ଜିଲ୍ଲା ରାଜନିତିରେ ପାଦ ଥାପିବେବୋଲି ଚର୍ଚା ଧରିଛି ଶ୍ରୀମତି କର ମୁଖ୍ୟମନ୍ତ୍ରୀଙ୍କ ପରେ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ତଥା ଜିଲ୍ଲା ସଭାପତିଙ୍କ ନିକଟତର ବୋଲି ଚର୍ଚାହୁଏ । ତାଙ୍କୁ ଜିଲ୍ଲା ରାଜନିତିରେ ଆପଣ ପାଦଥାପିବେ କି ନାହିଁ ପଚାରିବାରୁ ସେ କହିଛନ୍ତି ସେମିତି କିଛି ମୁଁ ଭାବିନି ମୁଁ ଯେ ପର୍ଯନ୍ତ ଥିବି ଲୋକମାନଙ୍କ ପାଇଁ କାମକରିଚାଲିବି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଏବଂ ମୋ ଜିଲ୍ଲା ଲୋକଙ୍କ ଭଲପାଇବା ରହିଲେ ମୁଁ ଲୋକଙ୍କ ପାଇଁ ମୋ ନିଜ ମଇଦାନକୁ ଓହ୍ଲାଇବି ବୋଲି ସେ କହିଛନ୍ତି । ଦେଖାଯାଉ ଆଗାମି ଦିନରେ ନିଜ ଜିଲ୍ଲା ମାଟିରେ ମନ୍ଦାକିନିଙ୍କ ଭୂମିକା କଣ ରହୁଛି ଦେଖିବାକୁ ବାକିରହିଲା ।

error: Thank You Keep Visiting