୫ଟି ଅଧୀନରେ କୃଷି ବିଭାଗ
ଭୁବନେଶ୍ୱର: ଲୋକଙ୍କୁ ସଠିକ୍ ଭାବେ ସରକାରୀ ସେବା ଯୋଗାଇ ଦେବା ତଥା ଏ କ୍ଷେତ୍ରରୁ ସମସ୍ତ ପ୍ରକାର ଦୁର୍ନୀତି ଦୂର କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମରେ କୃଷି ବିଭାଗ ସାମିଲ ହୋଇଛି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। ଆଜି ଠାରୁ ରାଜ୍ୟ କୃଷି ବିଭାଗ ୫ଟି ଅଧୀନରେ କାର୍ଯ୍ୟ କରିବ। ସରକାର ଚାଷୀଙ୍କ ସହ କଥାହୋଇ ସେମାନଙ୍କ ମତାମତ ନେବେ। କୌଣସି ଅଭିଯୋଗ ଆସିଲେ ତୁରନ୍ତ ସମଧାନ କରାଯିବ। ଚାଷୀଙ୍କ ଆୟକୁ ୨ ଗୁଣା କରିବା ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସଚିବ ଗର୍ଗ କହିଛନ୍ତି।