କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ମହୁମାଛି

An Independent Media

ବୀରମିତ୍ରପୁର   : ଚାଲିଥିଲା କଂଗ୍ରେସ ନେତାଙ୍କ ସମ୍ମିଳନୀ। ଭାଷଣ ଦିଆ ଚାଲିଥିଲା। ହେଲେ ସଭା ଆରମ୍ଭ ହେବାର କିଛି ସମୟ ପରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି। ପରିସ୍ଥିତି ଏପରି ହୋଇଥିଲା ଯେ, ମହୁମାଛିଙ୍କ କବଳରୁ ବର୍ତ୍ତିବା ପାଇଁ କିଏ ଚେୟାର, ଟେବୁଲ ଧରି ଦୌଡ଼ିଥିଲେ ତ’ ଆଉ କିଏ ମୁହଁରେ କପଡ଼ା ବାନ୍ଧି କେଉଁଆଡ଼େ ଧାଇଁ ପଳାଇଥିଲେ।

ବୀରମିତ୍ରପୁର ମ୍ୟୁନିସପାଲଟି କଂଗ୍ରେସ ସଭାପତି ବିକ୍ରମ ପଣ୍ଡା ମହୁମାଛିଙ୍କ ଆକ୍ରମଣକୁ ନେଇ କହିଛନ୍ତି, ସଭା ଆରମ୍ଭ ହେବାର ୧୫ରୁ ୨୦ ମିନିଟ୍‌ ମଧ୍ୟରେ ମହୁମାଛି ଆକ୍ରମଣ କରିଥିଲେ। ତେଣୁ ଆହତଙ୍କୁ ହସ୍ପିଟାଲକେ ଭର୍ତ୍ତି କରାଯାଇଛି।

error: Thank You Keep Visiting