ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି : ଡ. ସସ୍ମିତ ପାତ୍ର

Straight to the Point

ଭୁବନେଶ୍ୱର: ରାଜ୍ୟପାଳଙ୍କ ନିକଟରେ ଗୁରୁପ୍ରିୟା ସେତୁକୁ ନେଇ ବିଜେପିର ସିବିଆଇ ତଦନ୍ତ ଦାବିକୁ ବିଜୁ ଜନତା ଦଳ ଦୃଢ଼ତାର ସହିତ ନିନ୍ଦା କରିଛି । ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ଯେ ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି । ୬୦ବର୍ଷର ସ୍ୱପ୍ନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାସ୍ତବ ରୂପ ଦେଇଥିବାରୁ ଏବଂ ହଜାର ହଜାର ଓଡ଼ିଶାବାସୀ ଏହାଦ୍ୱାରା ଉପକୃତ ହୋଇଥିବାରୁ ବିଜେପି ଈର୍ଷାନ୍ୱିତ ହୋଇ ଏ ପ୍ରକାର ପଦକ୍ଷେପ ନେଇଛି । ଆଜି ଗୁରୁପ୍ରିୟା ସେତୁ ଯୋଗୁ ସେ ଅଂଚଳ ଆଉ ବିଚ୍ଛିନ୍ନାଂଚଳ ନହୋଇ ସ୍ୱାଭିମାନ ଅଂଚଳରେ ପରିଣତ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ବିଜେଡି ସରକାରକୁ ଓଡ଼ିଶା ତଥା ଭାରତବର୍ଷର ଜନସାଧାରଣ ପ୍ରଶଂସା କରୁଥିଲା ବେଳେ ବିଜେପି ଏହା ସହିନପାରିବା ଦୁର୍ଭାଗ୍ୟଜନକ । ସେତୁ ନିର୍ମାଣରେ କୌଣସି ଅନିୟମିତତା ହୋଇନାହିଁ ଏବଂ ସବୁ ତଥ୍ୟ-ପ୍ରମାଣ ରାଜ୍ୟ ସରକାର ବିଗତ ଦିନରେ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିଛନ୍ତି । କେନ୍ଦ୍ର ସରକାରଙ୍କ ରାସ୍ତା ଏବଂ ପରିବହନ ମନ୍ତ୍ରାଳୟ ଯେଉଁ ଖର୍ଚ୍ଚର ପରିସୀମା ଧାର୍ଯ୍ୟ କରିଥିଲେ, ସେହି ଅନୁସାରେ ରାଜ୍ୟ ସରକାର ଗୁରୁପ୍ରିୟା ସେତୁ କରିଛନ୍ତି ।

[amazon_link asins=’B0758GWFSX,B008OPT50Y,B076337WTX,B07CC3ZPJC,B0772WDQL3,B072Q8BMLL,B077CQHQPT,B01IJ5A0PC,B074JHDQKZ’ template=’ProductCarousel’ store=’odishajournal-21′ marketplace=’IN’ link_id=’6c936195-973c-11e8-9380-f51dd5e40397′]

ବିଜେପି ବର୍ତମାନ ଭ୍ରମ ସୃଷ୍ଟି କରିବାକୁ ଚାହୁଁଛି ଯେ ଏହା ଏକ ପିଏଜି ରିପୋର୍ଟ, କିନ୍ତୁ ବାସ୍ତବରେ ତାହା ନୁହେଁ । ମାତ୍ର ୨/୩ଟି ପ୍ରଶ୍ନ ଉତଥାପନ କରିଛନ୍ତି ଏଜି । ରାଜ୍ୟ ସରକାର ସବିଶେଷ ତଥ୍ୟ ଏଜିଙ୍କ ପାଖରେ ହସ୍ତାନ୍ତର କରି ସ୍ପଷ୍ଟ କରିଦେବା ପରେ ବିଜେପିର ରାଜନୈତିକ ଅଭିସନ୍ଧି ପଦାରେ ପଡିଯିବ ଏବଂ ସେମାନଙ୍କୁ ମୁହଁ ଲୁଚାଇବାକୁ ପଡିବ । ବିଜେପି ଗୁରୁପ୍ରିୟା ସେତୁକୁ ନେଇ ଈର୍ଷା କରୁଛି ଏବଂ ଏହି ଉପଲବ୍ଧିକୁ ଗୌଣ କରିବା ପାଇଁ ଏକ ଅପ୍ରସଂଗକୁ ପ୍ରସଂଗ କରିବାକୁ ଚେଷ୍ଟା କରୁଛି, ଯାହା ନିନ୍ଦନୀୟ ଏବଂ ଦୁର୍ଭାଗଜ୍ୟନକ ବୋଲି ଶ୍ରୀ ପାତ୍ର କହିଛନ୍ତି ।

error: Thank You Keep Visiting