ଉଜ୍ୱଳା ଯୋଜନା ଜିଲ୍ଲାରେ ବିଫଳ : ଯୁବ ବିଜେଡି ସଂପାଦକ ରଶ୍ମିରଂଜନ ଚୌଧୁରୀ

Straight to the Point

ଜଗତସିଂହପୁର: ଉଜ୍ୱଳା ଯୋଜନାରେ ଭାରତରେ ୫ କୋଟି ମହିଳାଙ୍କୁ ଗ୍ୟାସ ସଂଯୋଗ ଦିଆ ଜାଇଛି ବୋଲି ବିଜେପି ଡୁଗୁଂରା ବଜାଉଛି କିନ୍ତୁ ବାସ୍ତବରେ ଯୋଜନା ରେ କେତେ ଲୋକ ଉପକୃତ ହୋଇଛନ୍ତି ତାହାର ଜ୍ୱଳନ୍ତା ଉଦାହରଣ ସାରା ଓଡିଶା ସହିତ ଏବେ ଜଗତସିଂହପୁର ଜିଲ୍ଲାରେ ଦେଖାଦେଇଛି । ଏହା ସଫଳ ହୋଇଛି ବୋଲି ଭାଜପା ସରକାର ସହରରେ ବିଭିନ୍ନ ସ୍ତାନରେ ହୋଡିଂ ମାରିଥିେଲେ ହେଁ ଏହି ଯୋଜନା ଏକ ବିଫଳ ଯୋଜନା ବୋଲି ପ୍ରମାଣିତ ହୋଇଛି । ଜିଲ୍ଲାର ବହୁ ସଂଖ୍ୟକ ହିତାଧୀକାରି ସଂଯୋଗ ନେଇ ଦ୍ୱିତିୟ ଥର ପାଇଁ ଗ୍ୟାସ ଭରୁନାହାନ୍ତି । ସର୍ବାଧିକ ୨୫ରୁ୩୦ ପ୍ରତିଶତ ହିତାଧୀକାରି ଦ୍ୱିତୀୟ ଥର ଗ୍ୟସ ଭରୁଛନ୍ତି । ବାକି ୭୦/୭୫ ପ୍ରତିଶତ ଲୋକ ନେଉନାହାନ୍ତି । ଡିଲରମାନେ କିଛି କୁଜି ଭାଜପା ନେତାଙ୍କ ଛତ୍ରଛାୟାତଳେ ରହି ଗ୍ୟାସ କଳାବଜାର କରିବା ସହିତ ଜିଲ୍ଲାରେ କିଛି ଅର୍ଥ ଆଦାୟ କରୁଛନ୍ତି! ଏବାବଦରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନ ସ୍ପଷ୍ଟିକରଣ ରଖିବା ଉଚିତ୍ ବୋଲି ଜଗତସିଂହପୁର ଯୁବ ବିଜେଡି ସଂପାଦକ ଶ୍ରୀ ରଶ୍ମିରଂଜନ ଚୌଧୁରୀ ଏକ ପ୍ରସ-ବିଜ୍ଞପ୍ତିରେ କହିଛନ୍ତି । ଜିଲ୍ଲାରେ ଜେଉଁ ହିତାଧିକାରୀଙ୍କ ପାଇଁ ଏହି ଯୋଜନା ଉଦିଷ୍ଟ ସେମାନେ ଆଦୌ ଲାଭବାନ ହେଉନାହାନ୍ତି । ବିଭାଗିୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନ କିଛିଦିନ ତଳେ କହିଥିଲେ ଏ ପ୍ରଶ୍ନ ସଂସଦରେ ପଚାରିଲେ ଉତର ଦିଆଯିବ । ଚଳିତ ଅଧିବେଶନରେ ଆମର ମନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକ ପ୍ରଶ୍ନ ସଂଖ୍ୟା ୧୭୨୫ରେ ଓଡିଶାରେ କେତେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅନ୍ତଭୁକ୍ତ କରାଯାଇଛି ଏବଂ ବର୍ଷ ୧୬-୧୭ ଏବଂ ୧୭-୧୮ରେ କେତେ ଲୋକ ୨ୟ ଥରପାଇଁ ଗ୍ୟାସ ଭରିଛନ୍ତି ତାହା ପଚରାଯାଇଥିଲା ଉତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣାଇଛନ୍ତି ଯୋଜନା ଆରମ୍ଭ ହେବାଦିନ ଠାରୁ ଗତ ଜୁଲାଇ ୩୦ ସୁଧା ଓଡିଶାରେ ୩୦ଲକ୍ଷ ୪୮ହଜାର ଲୋକ ଏହି ସୁବିଧା ପାଇଛନ୍ତି ୧୬-୧୭ରେ ୮୧୮୭୮ ଲୋକେ ୨ୟ ଥର ଗ୍ୟାସ ଭରିଥିବା ବେଳେ ୧୭-୧୮ରେ ବର୍ତମାନ ସୁଧା୬୪୫୨୬୫ ଲୋକେ ଭରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉତରରେ ତାଙ୍କ ନିଜ ଜିଲ୍ଲା ଅନୁଗୁଳରେ ୧୦୫୫୦୮ ଲୋକଙ୍କୁ ଏହି ଜୋଜନାରେ ସାମିଲ୍ କରାଯାଇଛି । ୨୦୧୬-୧୭ରେ ମାତ୍ର ୩୫୪୦୬ ଜଣ ଲୋକେ ଗ୍ୟାସ ପିଲିଗଂ୍ କରିଛନ୍ତି । ବର୍ଷକୁ ବର୍ଷ ରିଫିଲିଂ କରିବା ହ୍ରାସ ପାଉଛି ଗଣମାଧ୍ୟମରେ ବିଜେପି ଏହି ଯୋଜନାକୁ ସଫଳ ଯୋଜନା ବୋଲି ପ୍ରଚାର ବାସ୍ତବରେ ଭୁଲ୍ । ସେହିପରି ଜିଲ୍ଲାରେ ହିତାଧିକାରିଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ୨ୟ ଥର ଗ୍ୟାସ ଭରିବା ପାଇଁ ବଜାର ଦର ହିସାବରେ ନେବାକୁ କୁହାଜାଉଛି । ସବ୍ସିଡି ଠିକ ରୁପେ ହିତାଧିକାରିଙ୍କ ଖାତାକୁ ଆସୁନାହିଁ । ଜଣେ ହିତାଧିକାରି ୫/୬ ମାସ ସବ୍ସିଡି ଅର୍ଥ ପାଉନଥିବା ଜିଲ୍ଲାରେ ବହୁ ବ୍ୟାଙ୍କ କୁ ଅଭିଯୋଗ ଆସିବାର ଦେଖାଯାଉଛି । ଆଇଓସିଏଲ୍ ପକ୍ଷରୁ କାର୍ଯ୍ୟକ୍ରମ କରାଯାଇ ବିଜେପି କୁଜି ନେତା ମାନେ ଏହାକୁ ଦେଉଛନ୍ତି । ଯୋଜନା ସଫଳ ହେବାକୁ ନେଇ ଯେଉଁ ପଦକ୍ଷପ ନିଆଯିବା କଥା ଜିଲ୍ଲାରେ ଜମା ନିଆଯାଇନାହିଁ । ଜିଲ୍ଲା ବିଜେପି ଗଣମାଧ୍ୟମରେ ନିଜର ସ୍ତିତିକୁ ଜାହିର କରିବାକୁ ଏଭଳି ଯୋଜନା କୁ ନେଇ ଯେଉଁ ବାତାବରଣ ଶୃଷ୍ଟି କରୁଛି ଏବଂ ଓଡିଶା ଜନସାଧାରଣଙ୍କ ପ୍ରତି ତାଙ୍କର କେତେ ଭଲପାଇବାଅଛି ଓଡିଶାବାସି ସବୁ ବୁଝିସାରିଲେଣି ଆଗାମି ଦିନରେ ଜଦି ଏହିଭଳି ହିତାଧିକାରିଙ୍କ ସହିତ ବିଜେପି ଏମିତି ଖେଳ ଖେଳେ ତାହାଲେ ଜିଲ୍ଲା ସଭାପତିଙ୍କ ନେତୃତରେ ସାଧାରଣ ଉପଭୋକ୍ତାଙ୍କ ପାଇଁ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଜିଲ୍ଲା ଯୁବ ବିଜେଡି ସଂପାଦକ ଶ୍ରୀ ଚୌଧୁରୀ କହିଛନ୍ତି ।

error: Thank You Keep Visiting