ତଥାଗତଙ୍କ ଭିତିରି ରାଜନୀତି ! ନୂତନ ସଂଗଠନ ନିମନ୍ତେ ଜୋରଦାର ପ୍ରସ୍ତୁତି

Straight to the Point

ଅନୁଗୋଳ: ଅନୁଗୋଳ, ପାଲଲହଡା ଓ ତାଳଚେର ଅଞ୍ଚଳ ହେଉଛି ରାଜ୍ୟ ରାଜନିତୀରେ ଜଣାଶୁଣା । ଏ ଅଞ୍ଚଳର ପ୍ରମୁଖ ରାଜନେତା ହେଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ପ୍ରଧାନ, ପୂର୍ବତନ ଜଙ୍ଗଲ ମନ୍ତ୍ରୀ ସ୍ୱର୍ଗତ ଅଦୈତ ପ୍ରସାଦ ସିଂ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ଏବଂ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଆଗ ଧାଡିର କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ତିନିଗୋଟି ବିଧାନସଭା ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ । ବିଜେଡି ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୰ ନନ୍ଦିନୀ ଶତପଥୀଙ୍କ ସୁପୁତ୍ର ଧରିତ୍ରୀର ସଂପାଦକ ତଥାଗତ ଶତପଥୀ । ଅନୁଗୋଳ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ । ବିଜେଡି ବିଧାୟକ, ଅନୁଗୋଳଙ୍କ ବିରୋଧରେ ବିଜେଡି ସାଂସଦ ତଥାଗତ ଶତପଥୀ, ପୂର୍ବତନ ଚେୟାରମ୍ୟାନ ଭକ୍ତି ପ୍ରସାଦ ଦାସ, ଟାମଡା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ ଓ ମହେନ୍ଦ୍ର ବସ୍ତିଆଙ୍କୁ ଅଲଗା ସଂଗଠନ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି । ଫଳରେ ବିଜେଡିର ସଗଠନ ଦୁର୍ବଳ ହେବାରେ ଲାଗିଛି ।
ସେହିପରି ତାଳଚେର ବିଜେଡି ବିଧାୟକଙ୍କ ବିରୋଧରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ଆଚାର୍ଯ୍ୟ, ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ଜୋନ ନଂ ୧୯ ର ସ୍ୱାମୀ ନିରଞ୍ଜନ ପ୍ରଧାନ, ବ୍ଲକ ସା ସଂପାଦକ ବିଜୟ ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରୀତା ଦାସ ଏବଂ ନଗରପାଳ ପବିତ୍ର ଭୂତିଆ ଏକ ସ୍ୱାଭିମାନ ମଂଚ କରି ତାଳଚେରରେ ଚର୍ଚ୍ଚା ।
ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁଙ୍କ ବିରୋଧରେ ବିଜେଡିରୁ ନିଲମ୍ବିତ ଥିବା ମନୋଜ ସାହୁ, ଦଳ ବିରୋଧୀ ଥିବା କବିଳ ସାହୁ, ଲଳିତ ମୋହନ ପ୍ରଧାନଙ୍କୁ ସମସ୍ତ ପ୍ରକାର ସହଯୋଗରେ ବିଧାୟକଙ୍କ ବିରୋଧରେ ଅଲଗା ସଂଗଠନ କରିବା ପାଇଁ ଲଗାଇଛନ୍ତି । ଏ ବିଷୟରେ ରାଜ୍ୟର ସମସ୍ତ ଖବର କାଗଜରେ ପ୍ରକାଶିତ ହୋଇଛି । ମୁଖ୍ୟମନ୍ତ୍ରୀ ମହୋଦୟ ଏବଂ ୩ୟ ମହଲା ଅବଗତ ଥାଇ ମଧ୍ୟ ସାଂସଦ ତଥାଗତ ଶତପଥୀଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ସମସ୍ତଙ୍କୁ ଚକିତ କରିଛି । ଆଗରୁ ଢେଙ୍କାନାଳରୁ ପ୍ରକାଶିତ ରକ୍ତ ଚାବୁକରେ ଖବର ପ୍ରକାଶିତ ହୋଇଥିଲା । ତଥାଗତ ଶତପଥୀ ବିଜେପିରେ ମିଶିବେ, ରାଜ୍ୟରେ ଆଲୋଚ୍ୟର ବିଷୟ ହୋଇôଲା । ବିଜେଡି ରାଜ୍ୟ ସଭାପତି ପଦକ୍ଷେପ ନେବା ପାଇଁ ସାଂସଦ ଙ୍କ ବିରୋଧରେ ବିଜେଡି ବରିଷ୍ଠ କର୍ମୀ ମାନେ ନାମ ଗୋପନ ରଖି ଆମ ଖବରଦାତାଙ୍କୁ ଜଣାଇଛନ୍ତି ।

error: Thank You Keep Visiting