ବିଜେପି ନେତା ଭଲ ଭାଷଣ ଦିଅନ୍ତି, କାମରେ ନୁହେଁ : ତଥାଗତ ଶତପଥୀ

Straight to the Point

ତାଳଚେର : ତାଳଚେର ପୌରାଞ୍ଚଳର ୱାର୍ଡ ନଂ ୧ ଠାରେ ଥିବା ରାଜ୍ୟର ଏକମାତ୍ର “ସୁଟିଂ କ୍ଲବ” ରାଇଫଲ କ୍ଲବ, ସାଂସଦ ପାଣ୍ଠିରୁ ନିର୍ମାଣ ଗୃହକୁ ଉଦ୍ଘାଟନ କଲେ ସାଂସଦ ତଥାଗତ ଶତପଥୀ । କ୍ଲବ ସଭାପତି, ସା ସଂପାଦକ, ତାଳଚେର ରାଜା, ନଗରପାଳ ପବିତ୍ର ଭୂତିଆ, ଢେଙ୍କାନାଳ ରାଜା, କ୍ଲବର ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ, ବିଜେଡିର ଛାମୁଆଁ ସଂଗଠନର କର୍ମକର୍ତ୍ତା, ତାଳଚେର ସ୍ୱାଭିମାନ ମଂଚର କର୍ମକର୍ତ୍ତା, ସାମ୍ବାଦିକ ପ୍ରକାଶ ସାହୁ, ମନୋଜ ନନ୍ଦ, ଦେବୀ ମିଶ୍ର, ମନୋଜ ମହାପାତ୍ର, ଓ ଭାଗ୍ୟରଥୀ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ଭାଷଣ ପ୍ରସଂଗରେ କହିଥିଲେ ବିଜେପି ନେତା, ମନ୍ତ୍ରୀ କାମ କରନ୍ତି ନାହିଁ, ଭଲ ଭାଷଣ ଦିଅନ୍ତି । ଦେଶରୁ ପ୍ରତ୍ୟେକ ଅଞ୍ଚଳରୁ ବିଜେପି ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଛି । ତାଳଚେର ହେଉଛି ଦେଶରେ ଜଣାଶୁଣା । ଆପଣଙ୍କ ସହଯୋଗ, ମା ହିଙ୍ଗୁଳାଙ୍କ ଆଶିର୍ବାଦ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ଆସନ୍ତା ନିର୍ବାଚନରେ ମୁଁ ଆସିଲେ, ଏଇ ରାଇଫଲ କ୍ଲବକୁ ପୂର୍ବ ଭାରତର ଏକ ଅଗ୍ରଣୀ କ୍ଲବ କରିବା ପାଇଁ ଚେଷ୍ଟା କରିବି ।

error: Thank You Keep Visiting