ଅନୁଗୋଳ ଜିଲ୍ଲାରେ ବିଜେଡିର ଶତ୍ରୁ ବିଜେଡି

Straight to the Point

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ୫ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ, ତାଳଚେର ଅନୁଗୋଳ ଓ ପାଲଲହଡା ବିଧାନ ସଭା, ଢ଼େଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ ଏବଂ ଆଠମଲ୍ଲିକ ଓ ଛେଣ୍ଡିପଦା, ବିଧାନସଭା ନିର୍ବାଚନ ମଣ୍ଡଳୀ ସମ୍ବଲପୁର ଲୋକସଭା ମଣ୍ଡଳୀରେ ଅନ୍ତର୍ଭୂକ୍ତ, ଢ଼େଙ୍କାନାଳ ସାଂସଦ ତଥାଗତ ଶତପଥି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ବିରୋଧରେ ତାଳଚେର ବ୍ଲକ୍ ସଭାପତି ନିରଞ୍ଜନ ପ୍ରଧାନ, ବିଜୟ ବିଶ୍ୱାଳ, ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ମାନସ ଆଚାର୍ଯ୍ର ଓ ରୀତା ଦାସଙ୍କୁ ଲଗାଇ ପାରାଲାଲ ସଂଗଠନ କରୁଛନ୍ତି । ବିଧାୟକ ବିରୋଧରେ ପ୍ରଚାର କରୁଛନ୍ତି,ଅନୁଗୋଳ ବିଧାୟକ ରଂଜନୀକାନ୍ତ ସିଂହ ବିରେଧରେ ଟାମ୍ଡା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ, ଭକ୍ତି ଦାସ, ଯୁବ ବିଜେଡି ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଲଗାଇ ସଂଗଠନ ଦୁର୍ବଳ କରୁଛନ୍ତି, ପାଲଲହଡା ବିଧାୟକ ମହେଶ ସାହୁଙ୍କ ବିରୋଧରେ ବିଜେଡି ନିଲମ୍ବିତ ମନୋଜ ସାହୁ, ସଂଦିପ ପ୍ରଧାନ ଓ ଜଗବଂଧୁ ପ୍ରଧାନଙ୍କୁ ଲଗାଇ ସଂଗଠନ ଦୁର୍ବଳ କରୁଛନ୍ତି ଏବଂ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଆଠମଲ୍ଲିକ ବିଧାୟକଙ୍କ ବିରୋଧରେ ଆଠମଲ୍ଲିକ୍ର ବ୍ଳକ୍ର ୧୨ ଜଣ ସରପଞ୍ଚ, ସମିତି ସଦସ୍ୟ ଓ ଟିକରପଡା ଅଂଚଳରେ ସରପଞ୍ଚମାନେ ବିଧାୟକଙ୍କୁ ବିରୋଧ କରୁଛନ୍ତିି । ଏ ବିଷୟରେ ଆଗରୁ ପ୍ରାୟ ଖବର କାଗଜରେ ପ୍ରକାଶିତ ହେଲା ପରେ ସ୍ୱାଧୀନତା ଦିବସରେ ପ୍ୟାରେଡ୍ରେ ଅଭିଭାଷଣ ପାଇଁ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ୪ ଦିନିଆ ଗସ୍ତ ରଖି ସଂଗଠନ ଉପରେ ନଜର ଦେଇଛନ୍ତି । ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଗକୁ ବିଜେଡି ର ଶତ୍ରୁ ବିଜେଡି ରହିଲେ ସାଧାରଣ ନିର୍ବଚାନରେ ସଫା ହୋଇଯିବେ ।

error: Thank You Keep Visiting