ଜିଲ୍ଲାର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ଏକାଧିକ ପ୍ରାର୍ଥୀ

An Independent Media

ଅନୁଗୋଳ : ଅନୁଗୋଳ ଜିଲ୍ଲାର ୫ଟି ବିଧାନସଭା ନିର୍ବାନ ମଣ୍ଡଳୀ (ଆଠମଲ୍ଲିକ, ଛେଣ୍ଡିପଦା, ଅନୁଗୋଳ, ତାଳଚେର ଓ ପାଲଲହଡା), ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ଆଠମଲ୍ଲିକ ଓ ଛେଣ୍ଡିପଦା ଏବଂ ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରେ ତାଳଚେର, ଅନୁଗୋଳ ଓ ପାଲଲହଡା ଅନ୍ତର୍ଭୁକ୍ତ । ଉକ୍ତ ଜିଲ୍ଲା ରାଜନିତୀ କ୍ଷେତ୍ରରେ ଦେଶ ଓ ରାଜ୍ୟରେ ଜଣାଶୁଣା ଏବଂ ଏହି ଜିଲ୍ଲା ପ୍ରଦେଶର ପ୍ରମୁଖ ଶିଳ୍ପାଞ୍ଚଳ ଅଟେ । ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ପ୍ରାର୍ଥୀ ପାଇଁ ଜିଲ୍ଲା ସଭାପତି ଭାଗିରଥି ପ୍ରଧାନ, ଅଜିତ ପ୍ରଧାନ, ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅଗସ୍ତି ବେହେରା, ସନ୍ତୋଷ ନାଏ, ସଂଜୟ ନାଏକ ଓ ସତ୍ୟାନନ୍ଦ ନାଏକ, ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରତାପ ପ୍ରଧାନ, ଦିଲ୍ଲିପ ପ୍ରଧାନ, ଶ୍ୱେତ ସ୍ୱାଇଁ, ଲୋକେଶ ଜେନା ଓ ମୀନକେତନ ଅମାନ୍ତ, ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବ୍ଲକ ଚେୟାରମ୍ୟାନ ମୁକେଶ ପାଲ, ଅଶୋକ ମହାନ୍ତି, ନୃସିଂହ ବରାଳ ଏବଂ ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପେସ୍କାର ଗଡନାୟକ, ଯଯାତି ପଟ୍ଟନାୟକ, କାଳନ୍ଦୀ ସାମଲ ଓ ତାଳଚେର ରାଜାଙ୍କ ପୁତ୍ର ମଧ୍ୟ ଲବିରେ ଅଛନ୍ତି ।

error: Thank You Keep Visiting