୬ମାସରେ ୪ଥର ଭାରତ ବନ୍ଦ ; ନିର୍ବାଚନ ଉପରେ କିପରି ପଡ଼ିବ ପ୍ରଭାବ

An Independent Media

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପ୍ରଥମ ୪ବର୍ଷ ନିର୍ବିଘ୍ନରେ ଅତିବାହିତ ହୋଇଯାଇଥିଲେ ମଧ୍ୟ ଶେଷ ବର୍ଷ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି । ୬ମାସ ସମୟସୀମା ମଧ୍ୟରେ ୪ଥର ଭାରତ ବନ୍ଦ ଏହାର ଜ୍ୱଳନ୍ତ ଉଦାହରଣ କୁହାଯାଇ ପାରେ । ମୋଦୀ ସରକାରଙ୍କ ଅନ୍ତିମ ବର୍ଷ ଯେଉଁ ସବୁ ଚ୍ୟାଲେଞ୍ଜ ଦେଖା ଦେଇଛି ତାହା ପ୍ରଥମ ୩ବର୍ଷ ଦୃଶ୍ୟମାନ ହୋଇ ନଥିଲା । ର୍ନିବାଚନର ମାତ୍ର କିଛି ମାସ ପୂର୍ବରୁ ମୋଦୀ ସରକାରଙ୍କୁ ବିରୋଧୀ ଯେପରି ଆକ୍ରମଣ କରୁଛନ୍ତି ତାହା ର୍ନିବାଚନକୁ ପ୍ରଭାବିତ କରିବ କି ନାହିଁ ଏହାକୁ ନେଇ ରାଜନୈତିକ ସମୀକ୍ଷକ ଆଲୋଚନା ଆରମ୍ଭ କରି ଦେଇଛନ୍ତି ।

୨ଏପ୍ରିଲ ଭାରତ ବନ୍ଦ: ମୋଦୀ ସରକାର ବିରୋଧରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୨ଏପ୍ରିଲରେ ଭାରତ ବନ୍ଦ ପାଳିତ ହୋଇଥିଲା । ସୁପ୍ରିମ କୋର୍ଟରେ ଏସସି/ଏସଟି ଆକ୍ଟ ପରିବର୍ତ୍ତନ ବିରୋଧରେ ସମଗ୍ର ଦେଶରେ ବନ୍ଦ ପାଳିତ ହୋଇଥିଲା । ଦଳିତଙ୍କ ପକ୍ଷରୁ ଟ୍ରେନ ଓ ପରିବହନ ବନ୍ଦ କରାଯିବା ସହ ବିଭିନ୍ନ ସହରରେ ରାସ୍ତା ଅପରୋଧ କରାଯାଇ ଥିଲା । ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ପ୍ରମୁଖ ରାଜ୍ୟରେ ବ୍ୟାପକ ଭଙ୍ଗାରୁଜା କରାଯାଇ ଥିଲା । ୧୦ରୁ ଊଦ୍ଧ୍ୱର୍ ଏହି ବନ୍ଦ ପ୍ରଭାବରେ ପ୍ରାଣହରାଇ ଥିବାବେଳେ ୨୦ରୁ ଅଧିକ ଆହତ ହୋଇଥିଲେ । ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକାଧିକ ସ୍ଥାନରେ କିଛି ଦିନ ପାଇଁ ଧାରା ୧୪୪ ଧାରା ଲାଗୁ କରାଯାଇଥିଲା ।

ସଂରକ୍ଷଣ ବିରୋଧରେ ୧୦ଏପ୍ରିଲରେ ସବର୍ଣ୍ଣଙ୍କ ଭାରତ ବନ୍ଦ: ଦଳିତଙ୍କ ଚାପ ଓ ଭୋଟ ବ୍ୟାଙ୍କ ଭୟରେ କେନ୍ଦ୍ର ସରକାରଙ୍କ ଏସସି/ଏସଟି ଆକ୍ଟରେ ପରିବର୍ତ୍ତନକୁ ବିରୋଧ କରି ସବର୍ଣ୍ଣଙ୍କ ଦ୍ୱାରା ଏପ୍ରିଲ ୧୦ରେ ପୁଣି ଥରେ ଭାରତ ବନ୍ଦ ପାଳିତ ହୋଇଥିଲା । ଆସାମ, ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ପରି ରାଜ୍ୟରେ ଏହାର ପ୍ରଭାବ ସର୍ବାଧିକ ଦୃଶ୍ୟମାନ ହୋଇଥିଲା । ପରିସ୍ଥିତିକୁ ଦେଖି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇ ଥିଲା । ଏପରିକି କେନ୍ଦ୍ର ସରକାରଙ୍କୁ କେତେକ ରାଜ୍ୟରେ ସିଆରପିଏଫ ମୁତୟନ କରିବାକୁ ପଡ଼ିଥିଲା ।

୬ସେପ୍ଟେମ୍ବରରେ ସବର୍ଣ୍ଣଙ୍କ ଭାରତ ବନ୍ଧ: ପଛୁଆ ବର୍ଗଙ୍କ ପ୍ରତି ସରକାରଙ୍କ ଅନ୍ତରିକତାକୁ ବିରୋଧ କରି ସବର୍ଣ୍ଣ ପକ୍ଷରୁ ୬ସେପ୍ଟେମ୍ବରରେ ପୁଣି ଥରେ ବନ୍ଦ ପାଳିତ ହୋଇଥିଲା । ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବନ୍ଦର ପ୍ରଭାବ ଦୃଶ୍ୟମାନ ହୋଇଥିଲା ।

୧୦ସେପ୍ଟେମ୍ବର ରାଜନୈତିକ ବନ୍ଦ: ମୋଦୀ ରାଜ ବିରୋଧରେ ତୃତୀୟ ବନ୍ଦ ଦେଶର ବର୍ଦ୍ଧିତ ତୈଳ ବୃଦ୍ଧିକୁ ଦୃଷ୍ଟିରେ ରଖି ପାଳିତ ହୋଇଥିଲା । ମୋଦୀ ସରକାର ଅମଳରେ ଏହା ଥିଲା ପ୍ରଥମ ରାଜନୈତିକ ସକ୍ରାନ୍ତିୟ ବନ୍ଦ । କଂଗ୍ରେସ ଡାକରାରେ ୨୧ଟି ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ କରିବାରୁ ଏହାର ପ୍ରଭାବ ସମଗ୍ର ଦେଶରେ ଦୃଶ୍ୟମାନ ହୋଇଥିଲା । ବନ୍ଦ ପ୍ରଭାବରେ ରେଳ, ବସ, ପରିବହନ, ପର୍ଯ୍ୟଟନ, ବ୍ୟାଙ୍କିଙ୍ଗ ଓ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା । ବିପକ୍ଷ ନେତା ଭାବେ ରାହୁଲ ଗାନ୍ଧି ଏହି ବନ୍ଦର ନେତୃତ୍ୱ ନେଇଥିଲେ ।

error: Thank You Keep Visiting