୯ ନୂଆ ଏଆଇସିସି ସମ୍ପାଦକଙ୍କୁ ନିଯୁକ୍ତି କଲେ ରାହୁଲ

An Independent Media

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ୯ ଜଣ ନୂଆ ଏଆଇସିସି(ଅଲ ଇଣ୍ଡିଆ କଂଗ୍ରେସ କମିଟି) ସମ୍ପାଦକଙ୍କୁ ନିଯୁକ୍ତି ଦେଇଛନ୍ତି । ଦଳର ସାଧାରଣ ସମ୍ପାଦକ ଅଶୋକ ଗେହଲଟ୍ ଆଜି ଏକ ବିବୃତି ଜାରି କରି ରାହୁଲଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ୯ ଜଣ ନୂଆ ସମ୍ପାଦକଙ୍କ ନାମ ଘୋଷଣା କରିଛନ୍ତି । ଜେନିଥ୍ ସାଙ୍ଗମା ଅରୁଣାଚଳ ପ୍ରଦେଶର ନୂଆ ଏଆଇସିସି ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ମିଜୋରାମ୍ ପାଇଁ ଆମପରିନ୍ ଲିଙ୍ଗଡ଼ୋ, ମଣିପୁର ପାଇଁ ଚାର୍ଲସ ଫିଙ୍ଗରୋପ୍, ମେଘାଳୟ ପାଇଁ ଭିକ୍ଟର କେସିଙ୍ଗ, ନାଗାଲାଣ୍ଡ ପାଇଁ ପ୍ରଦ୍ୟୁତ ବୋରଦୋଲୋଇ , ସିକ୍କିମ୍ ପାଇଁ ପ୍ରଦ୍ୟୋତ୍ ଦେବ ବର୍ମନ, ତ୍ରିପୁରା ପାଇଁ ଭୁପେନ କୁମାର ବୋରା, ଜମ୍ମୁକାଶ୍ମୀର ପାଇଁ ସୁଧୀର ଶର୍ମା ଏବଂ ତାମିଲନାଡୁ ପାଇଁ ସିରିବେଲା ପ୍ରସାଦଙ୍କୁ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ଏହାବାଦ୍ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି ମଧ୍ୟ ଦଳର ଗବେଷଣା ବିଭାଗର ଅଧ୍ୟକ୍ଷଙ୍କୁ ନିଯୁକ୍ତ ଦେଇଛନ୍ତି । ଲଲିତ ମେହରା ରାଜସ୍ଥାନ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଛନ୍ତି । କେରଳ ପାଇଁ ବିଏସ୍ ସିଜୁ, ଗୋଆ ପାଇଁ ଉଲାସ୍ ପରବ ଏବଂ ଛତିଶଗଡ଼ ପାଇଁ ଇଦ୍ରିସ୍ ଗାନ୍ଧୀ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ମଧ୍ୟପ୍ରଦେଶ କଂଗ୍ରେସ କମିଟିର ସ୍କ୍ରିନିଂ କମିଟି କାର୍ଯ୍ୟକାରୀ ଭାବେ ମହେନ୍ଦ୍ର ସିଂହ ବୋଧ ନିଯୁକ୍ତ ହୋଇଥିବା ଦଳ ପକ୍ଷରୁ ଘୋଷଣା ହୋଇଛି । ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ତେଲେଙ୍ଗାନା ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ରୂପେ ନିଯୁକ୍ତ ଦିଆଯାଇଛି ।

error: Thank You Keep Visiting