ତାଳଚେର ବିଜେଡ଼ି ଦୁଇ ଫାଳ ହେବାକୁ ନେଇ ଚର୍ଚ୍ଚା
ତାଳଚେର: ଆସନ୍ତା ୨୨ ତାରିଖରେ ସାରକାରଖାନାର ପୁନରୁଦ୍ଧାର କରିବାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳଚେର ଆସୁଛନ୍ତି । ଏହାକୁ ନେଇ ଏମସିଏଲ କଳା କେନ୍ଦ୍ରଠାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସମର୍ଥକଙ୍କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ପ୍ରସ୍ତୁତି ବୈଠକ କରିଥିବାବେଳେ ତାଳଚେର ବିଧାୟକ ଶ୍ରୀ ପ୍ରଧାନଙ୍କ ବିରୋଧିମାନେ ଏହାର ପ୍ରତିବାଦ କରିବା ସହ ଅସନ୍ତୋଷ ଗୋଷ୍ଠି ପକ୍ଷରୁ ତାଳଚେର ସ୍ୱାଭିମାନ ମଞ୍ଚ କାର୍ଯ୍ୟାଳୟକୁ ପରିସର ମଧ୍ୟରେ ୨ ଶହରୁ ଉଦ୍ଧ୍ୱର୍ ଦଳୀୟ କର୍ମୀମାନଙ୍କୁ ନେଇ ଏକ ସମାନ୍ତରାଳ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ତାଳଚେର ନଗରପାଳ ପବିତ୍ର ଭୂତିଆ, ଜିଲ୍ଲା ପରିଷଦ ସଦସ୍ୟା ଅନୁପମା ପ୍ରଧାନ, ପୂର୍ବତନ ତାଳଚେର ବ୍ଲକ ଅଧ୍ୟକ୍ଷ ମାନସ ଆଚାର୍ଯ୍ୟ, ତାଳଚେର ସ୍ୱାଭିମାନ ମଞ୍ଚ ସଭାପତି ତଥା ବିଜେଡ଼ି ଦଳର ତାଳଚେର ବ୍ଲକ୍ ସଭାପତି ନିରନ ପ୍ରଧାନ, ପୂର୍ବତନ ସମିତି ମେମ୍ବର ବିନୋଦ ଲାଲ, ଶ୍ରୀବତ୍ସ ଥମ୍ବ, ଗଦାଧର ସାହୁ, ପୂର୍ବତନ ସରପଞ୍ଚ ବିଜୟ ବିଶ୍ୱାଳ, କୃଷ୍ଣ ଆଚାର୍ଯ୍ୟ ପ୍ରମୁଖ ଶତାଧିକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ । ତାଳଚେର ବିଜେଡ଼ି ଦଳରେ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ୁଛି ।