ବିଜେଡିର ଭୋଟ ବ୍ୟାଙ୍କ ଏବେ ଯୁବ ସମାଜ ସେବି ତଥା କଂଗ୍ରେସ ନେତା ବିପ୍ଲବ ଜେନାଙ୍କ କବଜ୍ଜାରେ

Straight to the Point

ଅନୁଗୋଳ: ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି କଂଗ୍ରେସ ବିରୋଧୀ । ପ୍ରାୟ ସମୟରେ ଅଣ କଂଗ୍ରେସ ନେତା ଏଠାରୁ ବିଧାୟକ ହୋଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦରେ ସ୍ଥାନ ପାଇଛନ୍ତି । ରାଜ୍ୟ ର ଜଣେ ପୁରୁଖା ନେତା ତଥା ପୂର୍ବତନ ଜଙ୍ଗଲ ମନ୍ତ୍ରୀ ସ୍ୱର୍ଗତ ଅଦୈତ୍ୟ ପ୍ରସାଦ ସିଂ ରାଜନିତୀରେ ପାଦ ଦେଲା ଦିନ ଠାରୁ ସଂଗଠନ / ନିର୍ବାଚନ ପ୍ରଚାର ପ୍ରଥମେ ପଞ୍ଚଗଡରୁ ଆରମ୍ଭ କରୁଥିଲେ । ସ୍ୱତନ୍ତ୍ର ଭାବରେ ସ୍ୱର୍ଗତ ସିଂ ଅତି ପ୍ରିୟ ଭାଜନ ହୋଇଥିଲେ ଏହି ଅଞ୍ଚଳରେ । ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ କଂଗ୍ରେସ ଦଳର ନେତା ରମେଶ ଜେନା ଅନୁଗୋଳ ରୁ ବିଧାୟକ ହୋଇଥିଲେ ।

ସ୍ୱର୍ଗତ ସିଂଙ୍କ ଅକାଳ ବିୟୋଗ ପରେ ନାଲକୋ ଅଧିକାରୀ ତଥା ସ୍ୱର୍ଗତ ସିଂ ଙ୍କ ସୂପୁତ୍ର ରଜନୀକାନ୍ତ ସିଂ ଅନୁଗୋଳରୁ ବିଜେଡି ଦଳରୁ ଜିତି ଆସୁଛନ୍ତ. ୨୦୦୯ ମସିହାରେ ନବୀନ ପଟ୍ଟନାୟକଙ୍କ ସରକାର ରେ ମନ୍ତ୍ରୀ ଥିଲେ । ବିଧାୟକ କେଉଁ ଅଞ୍ଚଳରୁ ଅଧିକା ଭୋଟ ପାଉଥିଲେ, ସେ ଅଞ୍ଚଳର ପଞ୍ଚଗଡ । ଏହି ଗଡରେ ପାଞ୍ଚଟି ପଞ୍ଚାୟତରେ ପ୍ରାୟ ଯୁବକ ବେକାର । ବିଜେଡିର ବହୁ ଗୋଷ୍ଠୀ କନ୍ଦଳ । ତାର ମୌକାରେ କୁଲାଡ ଗ୍ରାମେର ଯୁବ ସମାଜବେସୀ ବିପ୍ଲବ ଜେନା ଉକ୍ତ ପଞ୍ଚଗଡର ସୁଖ ଦୁଃଖରେ ଅଞ୍ଚଳବାସୀଙ୍କ ସହିତ ମିଶି ସାମିଲ ହେବା, ଯୁବକ ମାନଙ୍କୁ ପ୍ରତ୍ୟେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାହାଯ୍ୟ କରିବା ଇତ୍ୟାଦି ।

ଶ୍ରୀ ଜେନା ହେଉଛନ୍ତି ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି । ପିସିସି ମଧ୍ୟ ୪୪ ଜଣ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ତାଲିକାରେ ଅନୁଗୋଳ ପାଇଁ ବିପ୍ଲବ ଜେନାଙ୍କ ନାମ ଘୋଷଣା କରିଛନ୍ତି । ସାଧାରଣରେ ଆଲୋଚନା ୧୯୯୫ ମସିହାରୁ ଯେମିତି କଂଗ୍ରେସ ଦଳରୁ ବିପ୍ଲବ ଜେନାଙ୍କ ବାପା ରମେଶ ଜେନା ରଜନୀ କାନ୍ତ ସିଂଙ୍କ ବାପା ଅଦୈତ ପ୍ରସାଦ ସିଂଙ୍କୁ ପରାସ୍ତ କରି ବିଧାୟକ ହୋଇଥିଲେ, ଆଗାମୀ ସାଧାରଣ ନିର୍ବାଚନରେ ବିପ୍ଲବ ଜେନା ମଧ୍ୟ ରଜନୀକାନ୍ତ ସିଂଙ୍କୁ ପରାସ୍ତ କରି ବିଧାୟକ ହୋଇ ପାରନ୍ତି ।

error: Thank You Keep Visiting