ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ବିଜେଡି ନେତା ଭକ୍ତି ପ୍ରସାଦ ଦାସଙ୍କ ନଜର

An Independent Media

ଅନୁଗୋଳ: ଅନୁଗୋଳ ଜିଲ୍ଲା ଶିଳ୍ପାଞ୍ଚଳ ଭାବରେ ଦେଶରେ ଜଣାଶୁଣା । ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଣ କଂଗ୍ରେସର ବିଧାୟକ ପ୍ରାୟ ହୁଅନ୍ତି । ପୂର୍ବତନ ମନ୍ତ୍ରୀ ୰ ଅଦୈତ୍ୟ ସିଂଙ୍କ ପରେ ତାଙ୍କ ସୁପୁତ୍ର ବିଧାୟକ ରଜନୀକାନ୍ତ ସିଂ ତିନିଥର ଜିତି ଆସୁଛନ୍ତି । ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଏହା ଅନ୍ତର୍ଭୁକ୍ତ ହୋଇଥିବାରୁ ପ୍ରବୀଣ ରାଜନୈତିଜ୍ଞ ତଥା ସାଂସଦ ତଥାଗତ ଶତପଥୀ ଙ୍କ ଦବ୍ଦବା ରହୁଛି । ତାମଡା ଚେୟାରମ୍ୟାନ ଶକ୍ତି ପଟ୍ଟନାୟକ, ଜିଲ୍ଲା ଯୁବ ସଂଗଠନ ସଭାପତି ଦିନେଶ୍ ପ୍ରଧାନ, ବ୍ଲକ ଅଧ୍ୟକ୍ଷ, ବହୁ ସରପଞ୍ଚ, ସମିତି ସଦସ୍ୟ ଓ ପୂର୍ବତନ ନଗରପାଳ ତଥା ସାଂସଦଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାସ ତଥାଗତ ଶତପଥୀଙ୍କ ସମର୍ଥକ ।

ପ୍ରତ୍ୟେକ କାର୍ଯ୍ୟରେ ବିଧାୟକ ଶ୍ରୀ ସିଂଙ୍କୁ ଏମାନେ ବିରୋଧ କରନ୍ତି । ସମାନ୍ତର ଭାବରେ ଅଲଗା ସଂଗଠନ କରନ୍ତି । ଗତ ୨/୧୦/୨୦୧୮ ରିଖ ଠାରୁ ବିଜେଡି ଦଳ ଜନ ସଂପର୍କ ଯାତ୍ରାରେ ଜିଲ୍ଲା ସଭାପତି ତଥା ବିଧାୟକ ରଜନୀ କାନ୍ତ ସିଂକୁ ବିରୋଧ କରି ସାଂସଦଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାସ ଅଲଗା ପଦ ଯାତ୍ରା, ଜନ ସଂପର୍କ ଓ ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଶିଳାନ୍ୟାସ କରି ଚର୍ଚ୍ଚାରେ । ଶ୍ରୀ ଦାସଙ୍କ ସମର୍ଥକ ପ୍ରଚାର କରୁଛନ୍ତି ଭକ୍ତି ଭାଇ ଏଥର ବିଜେଡି ପ୍ରାର୍ଥୀ ହେବେ । ସମୟ କହିବ କିଏ ବିଜେଡି ପ୍ରାର୍ଥୀ ହେଉଛନ୍ତି ।

error: Thank You Keep Visiting