ଜଗତସିଂହପୁର ଆସନରେ ବିଜେଡିର ନୂଆ ପ୍ରାର୍ଥୀ

An Independent Media

କଟକ: ଆଗାମୀ ନିର୍ବାଚନରେ ଜଗତସିଂହପୁର  ଭଳି ଗୁରୁତ୍ୱପୂର୍ଣ୍ଣ  ସିଟ୍‌ରେ କାହାକୁ ଟିକେଟ ମିଳିବ ବୋଲି ଅଙ୍କ କସା ଚାଲିଥିବା ବେଳେ ଜ୍ଞାନରଞନ ସାମନ୍ତରାୟଙ୍କ ନାମ ଚର୍ଚ୍ଚା ହେଉଛି ।ଗତ କିଛିଦିନ ତଳେ ମହାତ୍ମାଗାନ୍ଧୀଙ୍କ ନାତୁଣୀ ଶ୍ରୀମତୀ  ତାରାଗାନ୍ଧୀଙ୍କୁ ଜଗତସିଂହପୁର ଜିଲ୍ଲାକୁ ଆଣିବାରେ ଜ୍ଞାନରଞନ ସାମନ୍ତରାୟଙ୍କ ମୁଖ୍ୟଭୁମିକା ଥିଲା । ଦୀର୍ଘ ୩୩ବର୍ଷ ପରେ  ନାଉଗାଁ ମାଟିରୁ ଜ୍ଞାନରଞନସାମନ୍ତରାୟଙ୍କୁ ବିଧାୟକ ଭାବେ ଦେଖିବାକୁ ସାଧାରଣ ଜନତା ଚାହୁଁଛନ୍ତି ବୋଲି କିଛି ଦିନ ତଳେ ହୋଇଥିବା ଏକ ସର୍ଭେ ରିପୋର୍ଟ ରୁ ଜଣାପଡ଼ିଛି । ଜଗତସିଂହପୁର ଜିଲ୍ଲାରୁ ଗୁଣ୍ଡାଗିରି, ଭ୍ରଷ୍ଟାଚାର, ଦୁର୍ନୀତି କୁ ହଟଜାଇ ଗାନ୍ଧୀଆଦର୍ଶରେ ଚାଲୁଥିବା ନିଜମାଟିକୁ ଭଲପାଉଥିବା ସାଧାରଣଜନତାଙ୍କ ପାଇଁ କାମ କରୁଥିବା  ଜ୍ଞାନରଞନ ସାମନ୍ତରାୟଙ୍କୁ ପ୍ରାର୍ଥୀ କରାଗଲେ ବିଜେଡି ବିପୁଳ ସମର୍ଥନ ପାଇବବୋଲି ସାଧାରଣରେ ଆଲୋଚନା ହେଉଛି । ଅନ୍ୟ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ବିଷ୍ଣୁଚରଣ ଦାସ, ଅମରେନ୍ଦ୍ର ଦାସ, କନକପ୍ରଭା ଲେଙ୍କା, ଦେବୀଦତ୍ତ ମହାନ୍ତି, ଦୌଡ ର ଥିବାବେଳେ ଜ୍ଞାନରଞନ ସାମନ୍ତରାୟ ଆଗୁଆ ଅଛନ୍ତି ।ଜଦି ବିଜେଡିରୁ  ଟିକେଟ  ନମିଳେ ତାହାହେଲେ ସେ ସ୍ୱାଧୀନ ଲଢିବେ ବୋଲି କହିଛନ୍ତି ।ଗାନ୍ଧୀ ଆଦର୍ଶରେ ଜଗତସିଂହପୁର ଜିଲ୍ଲାର ବିକାଶ ଜୁବଗୋଷ୍ଠୀ ମାନଙ୍କ ମଧ୍ୟରେ ଗାନ୍ଧୀ ଆଦର୍ଶ ଓ ଗାନ୍ଧୀ ନୀତି ଜାଗ୍ରତ କରିବା ଏବଂ ଜଗତସିଂହପୁର ଜିଲ୍ଲାକୁ ସ୍ୱତନ୍ତ୍ର କରିବେ ବୋଲି କହିଛନ୍ତି ।

error: Thank You Keep Visiting