ଦାମଙ୍କ ନୂଆ ଦଳର ଚିହ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି

An Independent Media

ଜଗତସିଂହପୁର: ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଦାମ ବାବୁ ଦଳରୁ ବାହାରିବା ପରେ ଏବେ ବିଜେଡିରେ ହଇଚଇ ସୃଷ୍ଟି ହୋଇଛି । ଦାମ ଏବେ ଯେଉଁ ନୂଆ ଦଳ ଗଢିଛନ୍ତି ତାର ଚିହ୍ନକୁ ନେଇ ବାଲିକୁଦାରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦାମ ବାବୁ ବିଜୁଙ୍କ ଅନୁଗତ ବୋଲି କହି ବୁଲୁଥିଲାବେଳେ ଏବେ ତାଙ୍କ ନୂଆ ଦଳର କେଉଁ ଚିହ୍ନ ରଖିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜୁ ଜନତା ଦଳ ପୂର୍ବରୁ ନାରାୟଣଙ୍କର ୪ହାତର ଅସ୍ତ୍ର ଗୁଡିକ ମ୍ମରୁ ଶଙ୍ଖ,ଚକ୍ର,ଗଦା,ପଦ୍ମ ମ୍ମରୁ ଯେତେବେଳେ ଜନତା ଦଳର ପୂର୍ବନାମ ପ୍ରଗତି ଦଳ ଥିଲା ସେତେବେଳେ ନାରାୟଣଙ୍କ ଚକ୍ର ଚିହ୍ନକୁ ଦଳ ଗ୍ରହଣ କରିଥିଲା । ପରେ ଏହି ଦଳ ବିଭାଜିତ ହୋଇ ଲୋକଦଳର ନାମ ନେଇଥିଲା ।

ସେତେବେଳେ ନାରାୟଣ ଏବଂ ବଳରାମଙ୍କ ଦୁଇଟି ଅସ୍ତ୍ରକୁ ବ୍ୟବହାର କରି ଚକ ଲଙ୍ଗଳ ଚିହ୍ନ କରିଥିଲା । ପରେ ବିଜୁ ବାବୁଙ୍କ ଅମଳରେ ଯେଉଁ ଜନତା ଦଳ ଗଠନ କରାଯାଇଥିଲା । ସେତେବଳେ ଚକ୍ର ହଳଧର ଚିହ୍ନ ରଖାଯାଇଥିଲା । କିନ୍ତୁ ନାରାୟଣଙ୍କ ପଦ୍ମ ଚିହ୍ନଟିକୁ ଭାରତୀୟ ଜନତା ପାର୍ଟି ହରଣ କରିନେଇଛି । ଏବେ ନାରାୟଣଙ୍କ କେବଳ ଗୋଟାଏ ଚିହ୍ନ ରହିଯାଇଛି ଗଦା ଚିହ୍ନ ଯେହେତୁ ଦାମ ବାବୁ ବିଜୁ ବାବୁଙ୍କ ଅନୁଗତ ତେବେ ସେ ଏ ଗଦା ଚିହ୍ନର ରଖିବେ ନାହିଁ ତ ଏହି ଗଦା ଚିହ୍ନକୁ ନେଇ ବାଲିକୁଦାରେ ଗଳି ଗଳିରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ଦାମବାବୁ ଏବେ ନୂଆ ଦଳର ଚିହ୍ନ ଗଦା ନା ସୁଦର୍ଶନ ଚିହ୍ନ ରଖିବେ ?

error: Thank You Keep Visiting