ଯିଏ ଦୁର୍ନୀତି ବିରୁଧରେ ସ୍ୱରୋତ୍ତଳନ କରିବ ତାଙ୍କ ସହିତ ମୁଁ ଅଛି : ବୈଜୟନ୍ତ

An Independent Media

ଢେଙ୍କାନାଳ ଜିଲ୍ଲାରେ ଗଁଦିଆ ବ୍ଲକକୁ ସବଡ଼ିଭିଜନ ଦାବିରେ ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ ବରପଦା ନିକଟରେ ଏକ ବିଶାଳ ଜନ ସମାବେଶର ଆହ୍ୱାନ ଦେଇଥିଲେ । ଏହି ବିଶାଳ ଜନସମାବେଶରେ ପାଖାପାଖି ୨୦ହଜାରରୁ ଊଦ୍ଧ୍ୱର୍ ସମର୍ଥକ ଯୋଗ ଦେଇଥିଲେ । ସମାବେଶରେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇଥିଲେ ଓ ନିକଟରେ ଦାମ ରାଉତ ଏକ ନୂତନ ଦଳ ଗଢ଼ିଥିବାବେଳେ ବୈଜୟନ୍ତଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା ଯୋର ଧରିଥିବାବେଳେ, ବୈଜୟନ୍ତଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ସମାବେଶରେ କିଛି ଯୁବକ ମଞ୍ଚରେ ଚଢି ସଭାକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଉପସ୍ଥିତ ନବୀନ ନନ୍ଦଙ୍କ ସମର୍ଥକମାନେ ସେମାନଙ୍କୁ ସଂଙ୍ଗେ ସଙ୍ଗେ କାବୁ କରିନେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏହି ସମାବେଶରେ ବୈଜୟନ୍ତ କହିଥିଲେ କି ଯିଏ ବି ଦୁର୍ନୀତି ବିରୁଧରେ ସ୍ୱର ଉତ୍ତୋଳନ କରିବେ ସେମାନଙ୍କ ସହିତ ମୁଁ ଅଛି । ଏହା ସହିତ ବିଜେଡି ସରକାରର ଦୁର୍ନୀତି ଏବଂ ଗୁଣ୍ଡା ରାଜ ଶାସନ ଭୁବନେଶ୍ୱରରୁ ଗାଁ ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି ଏହାର ଉପଯୁକ୍ତ ଜବାବ ଜନସାଧାରଣ ଦେବେ ।

error: Thank You Keep Visiting