ରାଜ୍ୟ ମହିଳା କମିଶନର ରେସ୍ : ଚର୍ଚ୍ଚାରେ ଲତିକା ଓ ମନ୍ଦାକିନୀ

An Independent Media

ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଅଧକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଓ ରାଜ୍ୟ ଭିିନ୍ନକ୍ଷମ କମିଶନ ଅଧକ୍ଷା ମିନତୀ ବେହେରାଙ୍କ ରାତି ଅଧିଆ ଇଫାକୁ ନେଇ ଏବେ ବିଜେଡି ମହଲରେ ହଟଚମଟ ଚର୍ଚ୍ଚା ଜୋର ଧରିଛି । ଏହି ଦୁଇ ନାରୀ ନେତ୍ରୀଙ୍କୁ ପଦବିରୁ ହଟାଇ ବିଜେଡି ଗତକାଲି ତାର ସାଙ୍ଗଠନିକ କାର୍ଯ୍ୟରେ ନିଯୁକ୍ତି ଦେଇଛି । କିନ୍ତୁ ଏହି ନେତ୍ରୀଙ୍କ ସ୍ତାନରେ କାହାକୁ ଅବସ୍ଥାପିତ କରାଯିବ ତାକୁ ନେଇ ଏବେ ଅଙ୍କକସା ଚାଲିଛି । ମହିଳା ଓ ଭିନ୍ନକ୍ଷମ ଅଧକ୍ଷ ଭଳି ଦୁଇଟି ଗୁରୁତ୍ୱ ସାମ୍ବିଧାନିକ ପଦବୀ ପାଇଁ ଦଳରେ ଦାବିଦାରଙ୍କ ଭିଡ କମିଯାଇଛି ।

କାରଣ ମହିଳା କମିଶନର ଅଧକ୍ଷା ପଦବି ପାଇଁ ଯୋଗ୍ୟତା ମହିଳାଙ୍କର ଆଇନ ଡିଗ୍ରୀ ଥିବା ବାଧ୍ୟତା ମୁଳକ ହୋଇଥିବା ବେଳେ ଦଳ ପାଖରେ ଏବେ ଦୁଇଟି ଚେହେରା ଭାବେ ଲତିକା ପ୍ରଧାନ ଏବଂ ବିଜେଡିର ମହିଳା ସଂଗଠନରେ ମାତ୍ରାଧୀକ ଜଡିତ ଥିବା ନାରିନେତ୍ରୀ ମନ୍ଦାକିନୀ କର ରହିଛନ୍ତି । କିନ୍ତୁ ଦଳିୟ ଟିକେଟ ଆସାଇ ଥିବା ଏହି ଦୁଇ ନେତ୍ରୀ ଗଜପତି ଜିଲ୍ଲାରୁ ଲତିକା ଓ ଜଗତସିଂହପୁର ଜିଲ୍ଲାରୁ ମନ୍ଦାକିନି ୨୦୧୪ରେ ଟିକେଟ ଆସାଇ ଥାଇ ମଧ୍ୟ ଶେଷ ପ୍ରଯାୟରେ ବାଦ୍ ପଡିଥିଲେ ତେଣୁ ୨୦୧୯ରେ ଟିକେଟ ଲବିରେଥିବା ଶ୍ରୀମତି ପ୍ରଧାନ ଓ ମନ୍ଦାକିନି କର ରାଜ୍ୟ ମହିଳା କମିଶନର ଅଧକ୍ଷ ପଦବୀ ଗ୍ରହଣ କାରିବାକୁ ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । କିନ୍ତୁ ରାଜ୍ୟ ଭିନ୍ନକ୍ଷମ କମିଶନ ଅଧକ୍ଷ ରେ ଦଳ ଯେକୌଣସି ନେତ୍ରୀଙ୍କୁ ଥଇଥାନ କରିପାରେ ବୋଲି ସୁଚନା ମିଳିଛି । ଦେଖାଯାଉ ଆଗାମି ଦିନରେ କୋଉ ପାଣି କୁଆଡେ ଜାଉଛି ।

error: Thank You Keep Visiting