୨୦୧୯ ଲୋକସଭା ନିର୍ବାଚନ ଲଢିବ କମଲ ହାସନଙ୍କ ଦଳ

Straight to the Point

ଚେନ୍ନାଇ: ଅଭିନେତାରୁ ରାଜନେତା ହୋଇ ଦଳ ଗଢିଥିବା ତାମିଲ ସୁପରଷ୍ଟାର କମଲ ହାସନ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି । ପୂର୍ବରୁ ତାଙ୍କ ଦଳ ମକ୍କଲ ନିଧି ମଇମା(ଏମଏନ୍ଏମ୍) ତାମିଲନାଡୁ ବିଧାନସଭା ନିିର୍ବାଚନ ଲଢିବ ବୋଲି କହିଥିବା କମଲ ହାସନ କିନ୍ତୁ ଲୋକସଭା ନିର୍ବାଚନ ମଧ୍ୟ ଲଢିବେ ବୋଲି କହିଛନ୍ତି । ତାମିଲ ସିନେମାର ଏହି ୬୪ ବର୍ଷୀୟ କମଲ ହାସନ କହିଛନ୍ତି, ମୁଁ ନିିର୍ବାଚନ ଲିବିୟ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏକ କମିଟି ଖୁବ୍ଶୀଘ୍ର ପ୍ରାର୍ଥୀ ଚୟନ କରିବା ଆରମ୍ଭ କରିବ ସାଶାଲ୍ ମିଡିଆରେ ଲଢ଼ିବ ୨୦୧୯ ନିର୍ବାଚନ । ତେଣୁ ଯେଉଁ ଦଳ ତାମିଲନାଡୁର ବିକାଶ ଚାହିଁବ, ଏମ୍ଏନ୍ଏମ୍ ସେଭଳି ଦଳ ସହ ମେଣ୍ଟ କରିବ । କିନ୍ତୁ ତାମିଲନାଡୁର ଡିଏନ୍ଏକୁ ବଦଳାଇବାକୁ ଚେଷ୍ଟା କରୁଥିବା ଦଳ ସହ ଆମ ଦଳ କେବେ ହେଲେ ମେଣ୍ଟ କରିବ ନାହିଁ । ସୂଚନାଥାଉକି, କମଲ ହାସନ ଚଳିତ ବର୍ଷ ଫେବୃଆରୀରେ ରାଜନୀତିକ ଦଳ ଗଠନ କରିଥିଲେ ।

error: Thank You Keep Visiting