ଟିକେଟ ପାଇଁ ମେଳି,ଭୁଲ୍ ହୋଇପାରେ ବାପି ବାବୁଙ୍କ ଅଙ୍କକଷା

Straight to the Point

ଭଦ୍ରକ(ସିପ୍ରା ରାୟ) – ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ଦଳର ନେତା ଟିକେଟ ପାଇଁ ଭୁବନେଶ୍ୱରରେ ମେଳି ବାନ୍ଧିଛନ୍ତି । ଅନ୍ୟ ପକ୍ଷରେ ଶାସକ ଦଳର ସୁପ୍ରିମୋ ସମସ୍ତ ବିଧାୟକ ମାନଙ୍କୁ କଡା ଚେତାବନୀ ଦେଇ ନିଜ ନିଜ ନିର୍ବର୍ାଚନ ମଣ୍ଡଳୀରେ ଲୋକଙ୍କ ପାଖରେ ଭୋଟ ଭିକ୍ଷା କରିବା ପାଇଁ ଆଦେଶ ଦେଇଥିବା ଜଣାଯାଇଛି । ଏହି ଆଦେଶ ପାଇବା ପରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଶାସକ ଦଳ ଅଙ୍କ କଷା ଆରମ୍ଭ କରିଛନ୍ତି । ବିଧାୟକ ଆଗାମୀ ଆଶା ନେଇ ଅଙ୍କ କଷୁଥିବା ବେଳେ ତାହାର ପରିଣାମ ତାଙ୍କୁ ମାର୍ଗ ଦର୍ଶାଇବାରେ ସାହାଯ୍ୟ କରିବା ପରିବର୍ତେ ଭୁଲ ହୋଇ ଯିବା ସମ୍ଭାବନାକୁ ଏଡାଇ ଦିଆ ଯାଇ ନପାରେ ।

ଗୋଟିଏ ପଟରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଧାୟକ ବାପି ବାବୁ ନିଜର ପାରିବାର ପଣିଆ ଦେଖାଇ ଚାନ୍ଦବାଲି- ଭଦ୍ରକ ରାସ୍ତାକୁ ସଂପୂର୍ଣ କରିବା ସହ ଦ୍ୱିତୀୟ ପଦକ୍ଷେପରେ ଚାନ୍ଦବାଲି ପାଇକରା ପୁର ଠାରେ ବିଦ୍ୟୁତ ସମସ୍ୟାକୁ ସୁଧାରିବାକୁ ଏକ ଗ୍ରୀଡ ସ୍ଥାପନା କରିଥିଲେ । ୨୦୧୯ ରେ ଏହି ଗ୍ରୀଡ ସଂପୂର୍ଣ କାର୍ଯ୍ୟକ୍ଷମ ହେବ ବୋଲି ଚାନ୍ଦବାଲି ବାସୀ ଆଶାୟୀ ହୋଇ ରହିଛନ୍ତି । ତୃତୀୟ ପଦକ୍ଷେପ ସ୍ୱରୂପ ଧାମରା ୮ ପଂଚାୟତବାସୀଙ୍କୁ ଯାତାୟତର ସୁଯୋଗ ଦେବା ପାଇଁ ବାଂଶଡା ଠାରେ ମନ୍ତେଇ ନଦୀରେ ସେତୁ କାମର ଶୁଭାରମ୍ଭ କରିଥିଲେ ମାତ୍ର ଆଗାମୀ ନିର୍ବାଚନ ପୂର୍ବରୁ ଏହି ସେତୁ ତଥା ଧାମରା କରଞମାଳ ଠାରେ ଶୁଭ ଦେଇଥିବା ମିନିଷ୍ଟାଡିୟମ କେବଳ ୮ ପଂଚାୟତବାସୀଙ୍କୁ ଭକୁଆ ବନାଇବା ପାଇଁ କରିଥିବା ଜଣାଯାଇଛି । କୌଣସି ପରିସ୍ଥିତିରେ ଏହି କାର୍ଯ୍ୟ ଶେଷ ହେବାର ଆଶା କରାଯାଉ ନାହିଁ । ପୁନଶ୍ଚ ଦ୍ୱିତୀୟ ଗେମରେ ବାପି ବାବୁ ଚାନ୍ଦବାଲି ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବା ପାଇଁ ପ୍ରୟାଶ ଜାରୀ ରଖିଥିଲେ ମଧ୍ୟ ବିଜେଡି ଦଳର ସୁପ୍ରିମୋ ବାପି ବାବୁଙ୍କୁ ଟିକେଟରୁ ବଂଚିତ କରିବାକୁ ଚେଷ୍ଟା ଚଳାଇଛନ୍ତି ।

ଏହାର ଏକମାତ୍ର କାରଣ ବାପିବାବୁଙ୍କ ସହ ଚାନ୍ଦବାଲି ବ୍ଲକ ସଭାପତି ତଥା ଭଦ୍ରକ ସାଂସଦଙ୍କ ପ୍ରତିନିଧି ପ୍ରତାପ ଧଳଙ୍କ ସହ ଅହିନକୂଳ ସଂପର୍କ । ବାପି ବାବୁ ଙ୍କୁ ଟିକେଟ ପାଇବାରେ ଏହି ବ୍ୟକ୍ତି ସାହାଯ୍ୟ କରିବାତ ଦୂରର କଥା ନିଜ ଅକ୍ତିଆରରେ ଥିବା ପଂଚାୟତ ମାନଙ୍କରୁ ବାପି ବାବୁଙ୍କ ବିରୋଧୀଙ୍କ ମେଳି ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି । ଅନ୍ୟ ପକ୍ଷରେ ସୁସଙ୍ଗଠିତ ସଂଗ୍ରାମ ରାଉତ ନିଜକୁ ଚାନ୍ଦବାଲି ତଥା ଧାମରା ଅଂଚଳରେ ଗରିବ ନିଷ୍ପେଷିତ ଲୋକ ମାନଙ୍କୁ ସାହଯ୍ୟର ହାତ ବଢାଇ ଚାଲିଥିବା ବେଳେ ସେ ମଧ୍ୟ ଶାସକ ଦଳର ଟିକେଟ ଲବିରେ ଥିବା ନିକଟତମ ମହଲରୁ ପ୍ରକାଶ । ଅନ୍ୟ ଏକ ସୂତ୍ରରୁ ପ୍ରକାଶ ପୂର୍ବତନ ତାଳ ଗୁଡ ସମବାୟ ଅଧ୍ୟକ୍ଷ ତଥା ରାଜ୍ୟ ପରିଷଦ ସଭ୍ୟ ଏବଂ ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ସାନ ଭାଇ ଅଜୟ ନାୟକ ମଧ୍ୟ ନିଜକୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ପାଇଁ ଉପଯୁକ୍ତ ଦାୟାଦ ଏବଂ ସେ ଶାସକ ଦଳ ତରଫରୁ ଟିକେଟ ପାଇଲେ ଖୁସିରେ ନିର୍ବାଚନ ବୈତରଣୀ ପାର ହୋଇଯିବେ ବୋଲି ତାଙ୍କର ନିକଟତମ ମହଲରୁ ପ୍ରକାଶ ।

ଏହି ସମସ୍ତ କଥା ବିଚାରକୁ ନେଇ ବାପି ବାବୁ କଳେ ବଳେ କୌଶଳରେ ନିଜେ ନ ହେଲେ ମଧ୍ୟ ନିଜର ନିକଟତମ ମହଲର ଜଣଙ୍କୁ ନେଇ ବିଧାୟକ ଆସନରେ ବସାଇବା ପାଇଁ ମସୁଧା ଚଳାଇଛନ୍ତି ବୋଲି ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ।ବିଧାୟକ ଯଦି କୌଣସି ପରିସ୍ଥିତିରେ ଟିକେଟରୁ ବଂଚିତ ହୁଅନ୍ତି ତା ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତଙ୍କୁ ସେ ବିଧାୟକ କରିବେ ବୋଲି ମଙ୍ଗ ଧରିଛନ୍ତି । ଏଥିପାଇଁ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମରେ ସେ ଦ୍ୱିଜ ବାବୁଙ୍କ ହାତ ଛଡା କରୁ ନାହାନ୍ତି । ଏହାର ଏକମାତ୍ର କାରଣ ପାଓାର ଏବଂ ଧାମରା ବନ୍ଦର । ଜିଲ୍ଲାପରିଷଦ ଅଧ୍ୟକ୍ଷ ଶାସକ ଦଳରୁ ଟିକେଟ ପାଇଲେ ତାଙ୍କୁ କେହି ଚେକମେଟ ଦେବାରେ ସାହାସ କରିବେ ନାହିଁ ବୋଲି ବିଧାୟକ ଦୃଢୋକ୍ତି କରୁଥିବା ବେଳେ ଶାସକ ଦଳ ନିର୍ବାଚନ ରଣାଙ୍ଗନା ସୁରୁଖୁରୁରେ ପାରି ହୋଇଯିବ ବୋଲି ଆଶା ବାନ୍ଧି ବସିଛନ୍ତି । ମାତ୍ର ପୂର୍ବ ଦିନର ସ୍ୃତିକୁ ନେଇ ବଂଚିଥିବା ପୁର୍ବତନ ବିଧାୟକ ବିଜୟ ନାୟକ ଏବଂ ପୂର୍ବତନ ତାଳଗୁଡ ଅଧ୍ୟକ୍ଷ ଅଜୟ ନାୟକ ଏହି ବାବୁଙ୍କ ରାସ୍ତାରେ ଚେକମେଟ ଦେବାର ମସୁଧା କରିବେ ବୋଲି ଲୋକେ କହୁଛନ୍ତି । ସତରେ କଣ ଶାସକ ଦଳର ବିଧାୟକଙ୍କ ଚାଲ ଚାନ୍ଦବାଲି ରାଜନୀତିକୁ ସରଗରମ କରିବ ଅଥବା ବିଧାୟକଙ୍କ ଅଙ୍କକଷା ଭୁଲ ହେବ ତାହା ଭୋଟର ହିଁ ମତ ଦେବେ ।

error: Thank You Keep Visiting