ବିଜେପିକୁ ଡରୁଛନ୍ତି ମମତା,ସଭା ପାଇଁ ଅର୍ଜୁନଙ୍କୁ ଦେଲେନି ଅନୁମତି!

Straight to the Point

ଜାମସେଦପୁର/ବାଙ୍କୁଡ଼ା : ବରିଷ୍ଠ ବିଜେପି ନେତା ଅଜୁନ ମୁଣ୍ଡା ବୁଧବାର କହିଛନ୍ତି, ପଶ୍ଚିମବଙ୍ଗର ବିଷ୍ଣୁପୁର ପ୍ରଶାସନ ସେଠାରେ ତାଙ୍କୁ ସଭା ଆୟୋଜନ ପାଇଁ ଅନୁମତି ଦେଇ ନାହିଁ । ଭାରତୀୟ ଜନତା ପାର୍ଟିର ଦାବି ଯେ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ପରିଚାଳିତ ତୃଣମୂଳ ରାଜ୍ୟରେ ରାଜନୈତିକ ରାଲି କରିବାକୁ ଅନୁମତି ଦେଉ ନାହାନ୍ତି । ଅର୍ଜୁନ ମୁଣ୍ଡାଙ୍କୁ ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାର ବିଷ୍ଣୁପୁର ଠାରେ ବିଜେପି କର୍ମୀଙ୍କ ଏକ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିଲା । ବିଷ୍ଣୁପୁର ମୁଣ୍ଡାଙ୍କ ଗୃହରାଜ୍ୟ ଝାଡଖଣ୍ଡ ନିକଟରେ ଅଛି ।

ବରିଷ୍ଠ ବିଜେପି ନେତା କହିଛନ୍ତି, ରାଲିକୁ ସମ୍ବୋଧନ ନକରି ବିଷ୍ଣୁପୁର ଠାରୁ ୧୬୧ କିଲୋମିଟର ଜାମସେଦପୁରକୁ ଫେରିବାକୁ ପଡିଛି । କାରଣ ପ୍ରଶାସନ ସଭା କରିବାକୁ ଅନୁମତି ଦେଇ ନାହାନ୍ତି । ବାଙ୍କୁଡା ଠାରୁ ୨୨ କିଲୋମିଟର ଦୂରରେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀଙ୍କ ରାଲି ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଉପଲବ୍ଧ କରାଯାଇ ନଥିବାର  ଅର୍ଜୁନ ମୁଣ୍ଡାଙ୍କ ସଭାକୁ ଅନୁମତି ଦିଆଯାଇ ନାହିଁ ବୋଲି ପୋଲିସ ଅଧୀକ୍ଷକ କୋଟେଶ୍ୱର ରାଓ କହିଛନ୍ତି ।

ଆଗାମୀ ଏପ୍ରିଲ-ମେ’ ମାସ ମଧ୍ୟରେ ଲୋକସଭା ନିର୍ବାଚନ ହେବ । ନିର୍ବାଚନ ୨ରୁ ଅଢ଼େଇ ମାସ ଥିବା ବେଳେ ରାଜନୈତିକ ନେତାମାନେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଯୋରଦାର ଉଦ୍ୟମ କରୁଛନ୍ତି । ସୂଚନାଯୋଗ୍ୟ କିଛି ମାସ ମଧ୍ୟରେ ପଶ୍ଚିମବଙ୍ଗରେ ଅନେକ ଗୁଡ଼ିଏ ବିଜେପିର ସଭା ଓ ରାଲିକୁ ମମତା ବାଜାର୍ଜୀ ଅନୁମତି ଦେଇ ନାହାନ୍ତି ।

error: Thank You Keep Visiting