ମୁଖ୍ୟମନ୍ତ୍ରୀ କୁହନ୍ତି ନାହିଁ, କାର୍ଯ୍ୟରେ ଦେଖାନ୍ତି : ପ୍ରତାପ ଜେନା

Straight to the Point

କଣିହାଁ : କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ପିଏଚ୍ଡି ବିଶ୍ୱକର୍ମା ପଡିଆରେ ବିଜୁ ସ୍ମୃତି ପରିଷଦ ପକ୍ଷରୁ ଓଡିଶାର ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣଦୟଦ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ପାଲଲହଡା ବିଧାୟକ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ ।

ଏହି ଅବସରରେ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ବିଜେଡି ପକ୍ଷରୁ ଆୟୋଜିତ ସଙ୍କଳ୍ପ ଓ ବିକାଶ ସମାବେଶରେ ମନ୍ତ୍ରୀ ଶ୍ରୀ ଜେନା ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଯଥା କାଳିଆ, ଆମ ଗାଁ ଆମ ବିକାଶ, ନିର୍ମାଣ ଶ୍ରମିକ, ମହିଳାଙ୍କ ସ୍ୱାବଲମ୍ବୀ ପାଇଁ ସହାୟତା, ବୃଦ୍ଧ ବୃଦ୍ଧା ଓ ବିଧବାଙ୍କୁ ଭତ୍ତା, ଜନନୀ ସୁରକ୍ଷା, ବିଜୁ ସ୍ୱାସ୍ଥ୍ୟବୀମା ଆଦି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ କରି ଦେଖାଇଥାନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ରାଜ୍ୟକୁ ଶକ୍ତିଶାଳୀ କରି ପାରିଛି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅଚ୍ଛେଦିନ ପ୍ରତିଶ୍ରୁତିକୁ ନେଇ କେନ୍ଦ୍ର ଉପରେ ବର୍ଷିଥିଲେ ଶ୍ରୀ ଜେନା । କେନ୍ଦ୍ରର ଫମ୍ପା ଆୱାଜ୍ ଓ ମିଛ ପ୍ରତିଶ୍ରୁତିର ଜବାବ୍ ଆଗାମୀ ନିର୍ବାଚନରେ ଜନସାଧାରଣ ଦେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ବିକାଶ ବାର୍ତ୍ତା ଗାଁ ଗାଁ ରେ ପହଞ୍ଚାଇବା ଦିଗରେ ସଂକଳ୍ପ ନେବାକୁ ସେ ଆହ୍ୱାନ କରିଥିଲେ ।

ସଭା ପ୍ରାରମ୍ଭରେ ଫୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜୁ ସ୍ମୃତି ପରିଷଦର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ବିଜେଡି ଯୁବ ଜିଲ୍ଲା ସଭାପତି ଦିନେଶ ପ୍ରଧାନ, ପାଲଲହଡା ପୂର୍ବାତନ ବ୍ଳକ ଅଧ୍ୟକ୍ଷ କ୍ଷୀରୋଦ୍ରି ବେହେରା , ବଙ୍ଗାଳି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡନାୟକ, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ କିଶୋର କୁମାର ମେହେର, ମହିଳା ମୋର୍ଚ୍ଚା ସଭାନେତ୍ରୀ ଜୟନ୍ତୀ ସାହୁ, ସରପଞ୍ଚ ରଶ୍ମିତା ସେଠୀ, ବ୍ଳକ ସଭାପତି ଯୋଗେଶ ଭୁକ୍ତା, ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ସୁଲେଚନା ସେଠୀ, ଯୁବ ଆବାହକ ବୁଦ୍ଧିମନ୍ତ ସାହୁ, ଯୁବ ଉପସଭାପତି ସୁନିଲ ପ୍ରଧାନ, ପୁଷ୍ପାଞ୍ଜଳୀ ସେଠୀ, ବିକାଶ ମହାନ୍ତି, ନିର୍ମଳ ସାହୁ, ଶଶି ଶେଖର ସିଂ, ବିକାଶ ପ୍ରଧାନ ପ୍ରମୁଖ ଯୋଗ ଦେଇ ଆଗାମୀ ନିର୍ବାଚନରେ ଦଳକୁ ଅଧିକ ସଂଗଠିତ କରିବାକୁ ଆହ୍ୱାନ କରିଥିଲେ ।

ତାରେଣୀ ଛକ ଠାରୁ ମନ୍ତ୍ରୀ ଓ ବିଧାୟକଙ୍କୁ ଜିଲ୍ଲା ସ୍ମୃତି ପରିଷଦର ସଦସ୍ୟ, କର୍ମୀ ସଂକୀର୍ତ୍ତନ ଦଳ ସହ ପଦଯାତ୍ରାରେ ପାଛୋଟି ଅଣାଯାଇଥିଲା । ପବିତ୍ର ମୋହନ ସ୍ମାରକୀ ଯୁକ୍ତ -୩ ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ, ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଉପମୂଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଅତିଥିଙ୍କ ଦ୍ୱାରା ମଲ୍ୟାର୍ପଣ କରାଯାଇଥିଲା ।

error: Thank You Keep Visiting