ଚର୍ଚ୍ଚାରେ ଜଗତସିଂହପୁର ସଂସଦୀୟ କ୍ଷେତ୍ର,ବହୁ ଆଶାୟୀ ପ୍ରାର୍ଥୀ

Straight to the Point

ଜଗତସିଂହପୁର (ଓଡ଼ିଶା ଜର୍ଣ୍ଣାଲ): ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଶାସକ ଦଳର ବହୁ ଆଶାୟୀ ପ୍ରାର୍ଥୀ ତାଲିକା ସଂଖ୍ୟା ବଢିବାରେ ଲାଗିଛି । ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବିଜୁ ଜନତାଦଳରୁ ବାଲିକୁଦା ଅଞ୍ଚଳର ରେଭେନ୍ସା କଲେଜର ପୂର୍ବତନ ଛାତ୍ର ନେତା ତଥା ଜୀବନବୀମା ନିଗମର ବରିଷ୍ଠ ପ୍ରଶାସକ ରୋହିତ କୁମାର ସେଠୀ ମଧ୍ୟ ଆଗରେ ଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି । ଗତ ୨୦୧୪ ନିର୍ବାଚନରେ ସେ ମଧ୍ୟ ଦାବିଦାର ଥିଲେ । ରୋହିତ କୁମାର ସେଠୀ ଜଣେ କର୍ତ୍ତବ୍ୟ ନିଷ୍ଠ ଅଧିକାରୀ ଭାବେ ଜଗତସିଂହପୁର ଏଲଆଇସି ରେ ପରିଚିତ । ଅଭିକର୍ତ୍ତା ତଥା ବୀମାଧାରୀ ମାନେ ତାଙ୍କ ପ୍ରତି ସ୍ପୃହା ରଖିଛନ୍ତି । ସେ ରେଭେନ୍ସା କଲେଜର ଛାତ୍ର ନେତା ଥିଲାବେଳେ ଛାତ୍ରମାନଙ୍କର ସ୍ୱାର୍ଥ ପାଇଁ ଆନ୍ଦୋଳନ କରି ଦୁଇଥର ଜେଲ ଯାଇଛନ୍ତି ।

ରାଜ୍ୟର ଉନ୍ନତି ତଥା ସମାଜର କଲ୍ୟାଣ ପାଇଁ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସେ ଅନେକ ଥର ମଧ୍ୟ ଥାନାରେ ଅଟକ ରହିଛନ୍ତି । ତଥାପି ସେ ଏଥିରୁ ବିରତ ନରହି ଆନ୍ଦୋଳନକୁ ଆଗେଇ ନେଇଛନ୍ତି । ·କିରୀ କାଳରେ ବୀମା କର୍ମ·ରୀ ମାନଙ୍କ ସଂଗଠନରେ ଯୁଗ୍ମ ସମ୍ପାଦକ ଭାବେ କର୍ମ·ରୀଙ୍କ ସ୍ୱାର୍ଥ କୁ ଅଗ୍ରାଧିକାର ଭିତ୍ତିରେ ଆଗକୁ ନେଇଛନ୍ତି । ସର୍ବ ଭାରତୀୟ ଦଳିତ,ସଂଖ୍ୟାଲଘୁ ପଛୁଆ ବର୍ଗକର୍ମ·ରୀ ସଂଗଠନର ଅଭିବକ୍ତ କଟକ ଜିଲ୍ଲାର ସାଧାରଣ ସଂପାଦକ ଭାବରେ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ବୀମା କ୍ଷେତ୍ରରେ ଆଦିବାସୀ ଓ ଅଫିସର ମାନଙ୍କ ସଂଗଠନର ସାଧାରଣ ସଂପାଦକ ଭାବରେ କାର୍ଯ୍ୟକରିଛନ୍ତି । ବାଲିକୁଦା ମୈତ୍ରୀ ସଂସଦର ସାଂଗଠନିକ ସଂପାଦକ ଭାବେ ବାଲିକୁଦା ଅଞ୍ଚଳରେ ଅନେକ ହେଲଥ୍ କ୍ୟାମ୍ପ କରିଛନ୍ତି । ଉତ୍କଳ ଗ୍ରାମ୍ୟ ସ୍ୱରାଜ ସଭ୍ୟ ଭାବେ ସାଂସ୍କୃତି ସେବା କରିଛନ୍ତ । ସେହି ଭଳି ଅନେକ ଆଶାୟୀ ପ୍ରାର୍ଥୀ ଦାବିଦାର ଥିଲାବେଳେ ରୋହିତ କୁମାର ସେଠୀ ବହୁଆଗରେ ଥିବା ଜନସାଧାରଣ ଚର୍ଚ୍ଚା ହେଉଛି ।

error: Thank You Keep Visiting