୨୦୧୯ ଲୋକସଭା ନିର୍ବାଚନ; ଏକାଠି ଲଢିବେ ଅକାଳୀ ଦଳ ଏବଂ ବିଜେପି

Straight to the Point

ନୂଆଦିଲ୍ଲୀ : ଗତ ଲୋକସଭା ନିର୍ବାଚନ ଭଳି ପଞ୍ଜାବରେ ଅକାଳୀ ଦଳ ଏବଂ ବିଜେପି ୨୦୧୯ ଲୋକସଭା ନିର୍ବାଚନ ଏକାଠି ଲଢିବେ ଓ ଏନେଇ ଆସନ ଭାଗବଣ୍ଟା ଶେଷ ହୋଇଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଟ୍ୱିଟ୍‍ କରିଛନ୍ତି। ସୂଚନା ଅନୁସାରେ ପଞ୍ଜାବରେ ଅକାଳୀ ଦଳ ୧୦ଟି ଏବଂ ବିଜେପି ୩ଟି ଲୋକସଭା ଆସନରେ ନିର୍ବାଚନ ଲଢିବେ।

ଅମିତ ଶାହା ଟ୍ୱିଟ୍‍ରେ ଲେଖିଛନ୍ତି ଯେ ଗୁରୁବାର ଅକାଳୀ ଦଳ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ଓ ଅକାଳଦୀ ଦଳ ନେତାଙ୍‍ଖ ସହ ପଞ୍ଜାବ ବିଜେପି ନେତାଙ୍କ ମଧ୍ୟରେ ବୈଠକ ହୋଇଛି। ଅକାଳୀ ଓ ବିଜେପି ମେଣ୍ଟ ୨୦୧୯ ଲୋକସଭା ନିର୍ବାଚନ ଲଢିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। ୨୦୧୪ ଲୋକସଭା ନିର୍ବାଚନରେ ବି ଅକାଳୀ ୧୦ ଓ ବିଜେପି ୩ଟି ଆସନରେ ନିର୍ବାଚନ ଲଢିଥିଲେ। ଏଥିରେ ଉଭୟ ଦଳ ମାତ୍ର ୫ଟି ଆସନ ଜିତିପାରିଥିଲେ। ଏହି ବୈଠକରେ ବିଜେପି ନେତା ଅମିତ ଶାହା, ସୁଖବର ସିଂହ ବାଦଲ ଏବଂ ପ୍ରେମାସିଂହ ଚନ୍ଦୁମାଜରା ମଧ୍ୟ ଉପସ୍ଥିତ ଥିଲେ।

error: Thank You Keep Visiting