ବ୍ୟୋମକେଶ ହଟାଅ ଚାନ୍ଦବାଲି ବଞ୍ଚାଅ ଅଭିଯାନ, ୫ଗାଡି ଭଙ୍ଗାରୁଜା ସହ ମହିଳାମାନଙ୍କୁ ଅଶୋଭନୀୟ ଆକ୍ରମଣ

Straight to the Point

ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ) : ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀଙ୍କ ଆଗମନରେ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ମାନେ ଏକତ୍ରିତ ହୋଇଥିବା ବେଳେ ଅନ୍ୟ ଏକ ସ୍ଥାନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।ଯଶିପୁର,ଜଳେଶ୍ୱରପୁର,ନାଲଗୁଣ୍ଡା,ମତୋ ,ଖେରଙ୍ଗ ୫ଟି ପଂଚାୟତରୁ ୫ହଜାର ଶାସକ ଦଳର କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିବା ବେଳେ ଶତାଧିକ ବିଜୁ ଯୁବ ବାହିନୀ ଏଥିରେ ସାମିଲ ହୋଇଥିଲେ । ଏମାନଙ୍କର ଶ୍ଲୋଗାନ ବ୍ୟୋମକେଶ ହଟାଅ,ଚାନ୍ଦବାଲି ବଂଚାଅ ନାରାରେ ଏକ ବିଶାଲ ରାଲି ଦିଗଛିଆ ଛକରୁ ବାହାରି ଚାନ୍ଦବାଲି ଅଭିମୁଖେ ଯାଉଥିଲ।। ।

ଏଥିରେ ଚାନ୍ଦବାଲି ପଂଚାୟତ ସମିତିର ୫ହଜାର କର୍ମୀ ସାମିଲ ହୋଇଥିବା ବେଳେ ତିହିଡି ବ୍ଲକରୁ ହଜାରରୁ ଉର୍ଦ୍ଧ କର୍ମୀ ମଧ୍ୟ ସାମିଲ ହୋଇଥିଲେ । ଏହି ରାଲିରେ ଗୋଟିଏ ବେନର ଗୋଟିଏ ନାରାରେ ସାଧାରଣ ଜନତା ବେଶ ଚକିତ ହୋଇଥିଲେ ଯାହା ବିଜେଡିର ଫାଟ ଜଳଜଳ ହୋଇ ବାରି ହୋଇ ପଡିଥିଲା । ଏହି ରାଲିରେ ଦଳୀୟକର୍ମୀ ଦୀର୍ଘ ୪୦ବର୍ଷ ଧରି ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିଥିବା ବେଳେ ନେତା ମାନଙ୍କୁ ଚାନ୍ଦବାଲି ବିଧାୟକ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିବା ସହ ରାଲିରେ ବ୍ୟବହୃତ ହେଉଥିବା ବେନରରେ ମଧ୍ୟ ବିଧାୟକଙ୍କ ଫଟୋ ନଥିଲା ।

ଏହି ରାଲି ଉଗ୍ରତରା ଛକ ପାଖରେ ପହଂଚିବା ପରେ ସେମାନଙ୍କୁ ପୁଲିସ ଅଟକାଇବା ସହ ବିଧାୟକଙ୍କ ଫଟୋ ନଥିବା ବେନରକୁ ହଟାଇବା ପାଇଁ କହିଥିଲେ । ଏହାପରେ କିଛି ବାଇକ ଏବଂ ଗାଡି ଗୁଡିକ ଏହି ବେନର ହଟାଇ ଦେଇଥିବା ବେଳେ ଅନ୍ୟ କିଛି ଗାଡି ସେହି ବେନରକୁ ହଟାଇ ନଥିଲା ଫଳରେ ଶାସକ ଦଳର ୫୦ରୁ ଉର୍ଦ୍ଧ ଯୁବକ ମାନେ ଅପରପକ୍ଷ ରାଲିକୁ ଅତର୍କିତ ଆକ୍ରମଣ କରିବା ସହିତ ୫ଟି ଗାଡି ଭାଙ୍ଗିଥିଲା ଏଥି ସହିତ ଏହି ରାଲିରେ ଆସୁଥିବା ମହିଳା ମାନଙ୍କୁ ଅଶୋଭନୀୟ ବ୍ୟବହାର କରିଥିଲେ ।

error: Thank You Keep Visiting