ଫିର୍ ଏକ ବାର ମୋଦି ସରକାର, ରାଜ୍ୟ ସରକାର ବଦଳିବା ଦରକାର : ବନ୍ତ ବିଜେପି

Straight to the Point

ଭଦ୍ରକ, (ଓଡ଼ିଶା ଜର୍ଣ୍ଣାଲ) : ଫିର୍ ଏକ ବାର ମୋଦି ସରକାର, ରାଜ୍ୟ ସରକାର ବଦଳିବା ଦରକାର ସ୍ଲୋଗାନ ଦେଇ ଆଜି ବିଜେପି ପକ୍ଷରୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ତ ବ୍ଲକର ୩ ଗୋଟି ମଣ୍ଡଳରେ ବିରାଟ ବିଜୟ ସଙ୍କଳ୍ପ ବାଇକ ରାଲି ଅନୁଷ୍ଠିତ ହୋଇ ଯାଇଛି । ସକାଳ ୯ ଘଟିକାରେ ବନ୍ତ ବଜାର ଠାରେ ଥିବା ପାତ୍ର ପେଟ୍ରୋଲ ଟାଙ୍କି ଠାରୁ ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ପ୍ରଦିପ୍ତ ବିଶ୍ୱାଳ, ବନ୍ତ ବ୍ଲକ ସାଧାରଣ ସମ୍ପାଦକ ରାଜୀବ ଲୋଚନ ସାହୁ, ବରେଡ଼ଶ୍ୱର ମଣ୍ଡଳ ସଭାପତି ଗୌରହରି ନନ୍ଦ, ଖଗେଶ୍ୱର ବେହେରାଙ୍କ ନେତୃତ୍ୱରେ ୩୦୦ ରୁ ଉଦ୍ଧ୍ୱର୍ ବାଇକ ଶୋଭାଯାତ୍ରା ବାହାରିଥିଲା ।

କର୍ମୀମାନେ ବିଭିନ୍ନ ସ୍ଲୋଗାନ ଦେଇ ପ୍ରଥମେ ବନ୍ତ ବଜାର, ବସନ୍ତିଆ, ରାମଚନ୍ଦ୍ରପୁର, କାଦବରାଙ୍ଗ, ଓଡ଼ଙ୍ଗ, ଟିଲୋ, ଛୟାଳସିଂ, ଗଣିଜାଙ୍ଗ, ରାମପୁର, ରାମକୃଷ୍ଣ ପୁର, ତୋଡ଼ଗାଁ, କେନ୍ଦୁଆପଦା, ଗୋବିନ୍ଦପୁର, ସେଣ୍ଢତିରା, ନିଳୋକ, ପଧାନପଡ଼ା ପଞ୍ଚାୟତ ହୋଇ ଗୋବିନ୍ଦପୁର ମହାଦେବ ମନ୍ଦିର ଠାରେ ପହଞ୍ôଚଥିଲେ । ଏଠାରେ ଜିଲ୍ଲା ବିଜେପି ସଭାପତି ତଥା ବିଧାନ ସଭାର ସାମ୍ଭାବ୍ୟ ପ୍ରାର୍ଥୀ ବଦ୍ରୀନାରାୟଣ ଧଳ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଥିବା ବେଳେ କେନ୍ଦ୍ରରେ ମୋଦି ସରକାରଙ୍କୁ ପୁର୍ନବାର ଯଶ୍ୱସୀ କରାଇବା ଓ ତାଙ୍କର ବିକଳ୍ପ ନାହିଁ ବୋଲି କହିଥିବା ବେଳେ ରାଜ୍ୟ ସରକାରଙ୍କୁ ବଦଳାଇବାର ସମୟ ଆସିଛି ବୋଲି କହିଥିଲେ ।

ଶୋଭାଯାତ୍ରାରେ ପ୍ରସନ୍ନ ଗିରି, ରାଜକିଶୋର ପରିଡ଼ା, ମଦନ ସାହୁ, ଭାସ୍କର ସେନାପତି, ଅକ୍ଷୟ ନାୟକ, ଅଗଣା ଶଙ୍ଖୁଆ, ରାକେଶ ରାଉଳ, ସନ୍ତୋଷ ନାୟକ, ଜୀତେନ ନାଥ, ଧନଞ୍ଜୟ ବିଶ୍ୱାଳ, ବିଦ୍ୟାଧର ସେନାପତି ପ୍ରମୁଖ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ । ସେହିପରି ୧୪ ନଂ ଜୋନ ସଭାପତି ଗୋପାଳକୃଷ୍ଣ ଦାଶଙ୍କ ଆବାହକତ୍ୱରେ ଐତିହାସିକ ଗାନ୍ଧି କର୍ମମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ବି.ଟି.ପୁର, ପୁରୁଷଣ୍ଢ, ମହାନ୍ତିପଡ଼ା, ଗୋପିନାଥପୁର, ବଡ଼ମହିଷଗୋଠ, ଅଣିଜୋ, ·ରିଗାଁ, ଆଡ଼ିଆ ହୋଇ ରାମଚନ୍ଦ୍ରପୁର ପଞ୍ଚାୟତ ର ଜଗନ୍ନାଥ ମନ୍ଦିର ଠାରେ ସମାପ୍ତ ହୋଇଥିଲା ।

ଯୁବମୋର୍ଚ୍ଚା ସଭାପତି ଅରୂପ ଧଡ଼ା, ଅଶୋକ ପରିଡ଼ା, ଅମୂଲ୍ୟରତ୍ନ ନନ୍ଦ, ଗଦାଧର ବେହେରା, ପ୍ରଦିପ କୁମାର ଦାଶ, ରାମ ନାରାୟଣ ଦାଶ, ନରେନ୍ଦ୍ର ପଣ୍ଡା, ଶିବନାରାୟଣ ସିଂହ, ସୁବାଷ ଦାସ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ । ଶୋଭାଯାତ୍ରାରେ ୧୫୦ ରୁ ଉଦ୍ଧ୍ୱର୍ ବାଇକ ଅଂଶ ଗ୍ରହଣ କରିଥିଲେ ।

error: Thank You Keep Visiting