ବିଜେପିରେ ଯୋଗଦେବେ ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା

Straight to the Point

ଭୁବନେଶ୍ୱର  : ବିଜେଡି ଛାଡ଼ିଥିବା ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବେ। ଏନେଇ ଶ୍ରୀ ପଣ୍ଡା ଗଣମାଧ୍ୟମକୁ କୌଣସି ସ୍ପଷ୍ଟକରି ନଥିଲେ ମଧ୍ୟ ବିଜେପି ମହଲରେ ଚର୍ଚ୍ଚା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ଏନେଇ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଜେପିରେ ବିଧିବଦ୍ଧ ଭାବେ ଶ୍ରୀ ପଣ୍ଡା ସାମିଲ ହେବେ। ଏଥିଲାଗି ଭୁବନେଶ୍ବର ଦଳୀୟ କାର୍ଯ୍ୟାଳୟରେ ରବିବାର ସନ୍ଧ୍ୟାରେ ପ୍ରମୁଖ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ତେବେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ପଣ୍ଡା କେଉଁ ଦଳରେ ଯୋଗଦେବେ ସେନେଇ ରାଜ୍ୟ ରାଜନୀତିରେ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାହାର ଅନ୍ତ ହେବାକୁ ଯାଉଛି। କିଛିଦିନ ପୂର୍ବରୁ ଶ୍ରୀ ପଣ୍ଡା କଂଗ୍ରେସରେ ଯୋଗଦେବା ନେଇ ବେଶ୍‌ ଚର୍ଚ୍ଚା ଧରିଥିଲା। ସେହିପରି ଶ୍ରୀ ପଣ୍ଡା ନିଜେ ଏକ ଆଞ୍ଚଳିକ ଦଳ ଗଠନ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ପୂର୍ବରୁ ବରିଷ୍ଠ ଆଇଏଏସ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେଇ ଏବେ ଭୁବନେଶ୍ବରରୁ ଲୋକସଭା ପ୍ରାର୍ଥୀ ହେଉଥିବା ଏକପ୍ରକାର ସ୍ପଷ୍ଟ ସୂଚନା ମିଳୁଛି। ସେହି ସମୟରେ ବୈଜୟନ୍ତ ବିଜେପିରେ ମିଶିବା ନେଇ ମଧ୍ୟ ଖବର ଗଣମାଧ୍ୟମରେ ଜୋର ଧରିଥିଲା; ମାତ୍ର ଶ୍ରୀ ପଣ୍ଡା ସେତେବେଳେ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇପାରି ନଥିଲେ। ତେବେ ସମର୍ଥକମାନଙ୍କ ସହ ଆଲୋଚନା ପରେ ଶ୍ରୀ ପଣ୍ଡା ଏଭଳି ନିଷ୍ପତ୍ତି ନେଉଥିବା କୁହାଯାଉଛି।

error: Thank You Keep Visiting