ବିଜେପିକୁ ମାୟାବତୀଙ୍କ ରାଫେଲ ଆକ୍ରମଣ

Straight to the Point

(ଓଡ଼ିଶା ଜର୍ଣ୍ଣାଲ): ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଭାଷଣରେ ରାଫେଲ ବିମାନକୁ ନେଇ ଦେଇଥିବା ବୟାନକୁ ବହୁଜନ୍ ସମାଜ ପାର୍ଟି ସୁପ୍ରିମୋ ସୁଶ୍ରୀ ମୟାବତୀ ବିଜେପି ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ରାଫେଲ ବିମାନ୍ ଯଦି ଏତେ ଆବଶ୍ୟକ ଥିଲା, ତେବେ ୫ ବର୍ଷ ହେବ କ’ଣ ପାଇଁ ଆଣିପାରୁନଥିଲ । ପୁଲୱାମା ଆକ୍ରମଣ ପରେ ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ମୋଦି ଏକ ରାଲିରେ କହିଥିଲେ, ଆମପାଖରେ ରାଫେଲ ବିମାନ ଥିଲେ ବହୁତ ଭଲ ହୋଇଥାନ୍ତା । ସୋମବାର ଏହା ଉପରେ ଟ୍ୱିଟ୍ କରି ମାୟାବତୀ ମୋଦି ତଥା ବିଜେପି ସରକାରଙ୍କୁ ଟାଗେର୍ଟ କରିଛନ୍ତି । ମାର୍ଚ୍ଚ ୨ ତରିଖରେ ପ୍ରଧାନମନ୍ତ୍ରୀ ଏକ ରାଲିରେ କହିଥିଲେ ଯେ, ଦେଶ ରାଫେଲ ବିମାନର ଅଭାବକୁ ଅନୁଭବ କରୁଛି । ଯଦି ଆମ ପାଖରେ ରାଫେଲ ବିମାନ ଥାନଦ୍ତା, ତେବେ କଥା ଆଉ କିଛି ହୋଇଥାନ୍ତା । ଏପରିକି ସେ ଏହା ଉପରେ କହିଥିଲେ ଦେଶ ସୁରକ୍ଷାକୁ ନେଇ ରାଜନୀତି କରାନଯାଉ । ଏହି ଅବସରରେ ସେ କଂଗ୍ରେସକୁ ଆକ୍ଷେପ କରିଥିଲେ ।

error: Thank You Keep Visiting