୮ରେ ରାହୁଲଙ୍କ ଓଡ଼ିଶା ଗସ୍ତ ଦଳକୁ କେତେ ଫଳପ୍ରଦ

Straight to the Point

(ଓଡ଼ିଶା ଜର୍ଣ୍ଣାଲ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦସଳ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସବୁ ଜାତୀୟ ଦଳ ଓଡ଼ିଶାକୁ ଫୋକସରେ ରଖିଛନ୍ତି । ଏହିକ୍ରମରେ ବିଜେପିର ଜାତୀୟ ନେତା ଓଡ଼ିଶାକୁ ବାରମ୍ବାର ଆସିବା ସହିତ ନିର୍ବାଚନୀ ପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି । ଏହିକ୍ରମରୁ କଂଗ୍ରେସ ମଧ୍ୟ ବାଦ୍ ପଡିନାହିଁ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବା ଏକପ୍ରକାର ସ୍ଥରିକୃତ ହୋଇ ସାରିଛି । ସେ ଆସିଲେ ଦଳ ମଧ୍ୟରେ ଉତ୍ସାହ ଦେଖାଦେବ ବୋଲି ଆଲୋଚନା ଜୋର ଧରିଛି । ଅନ୍ୟପକ୍ଷରେ ଦଳ ଓଡ଼ିଶାରେ ବହୁବର୍ଷ ହେଲା ଶାସନ କ୍ଷମତାରୁ ଦୂରେଇ ଯାଇଛି । ଦଳକୁ ପୁଣିଥରେ ମଜଭୁତ କରିବା ସହିତ ଶାସନକୁ ଆସିବା ପାଇଁ ରାହୁଲ ତାଙ୍କର ପ୍ରୟାସ ଜାରି ରଖିଛନ୍ତି । ହେଲେ ଦୀର୍ଘବର୍ଷ ଧରି ଓଡ଼ିଶାରେ ଶାସନ କରୁଥିବା ବିଜେଡି କେଉଁ ସୁଯୋଗକୁ ହାତଛଡା କରିବାକୁ ଚହେଁନା ।

ତେଣୁ ଟ୍ରମ୍ପ କାର୍ଡ ଖେଳିବା ଭଳି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିଚାଲିଛନ୍ତି । ଏପରିକ ସେ ନିର୍ବାଚନୀ ସଭା କରିବାରେ ଲାଗି ପଡିଛନ୍ତି । ସେହିପରି କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ମଧ୍ୟ ଯୋଜନା ଘେଷଣା କରୁଛି । ଏହା ମଧ୍ୟରେ ନା କେନ୍ଦ୍ର ନା ରାଜ୍ୟରେ କ୍ଷମତାରେ ନଥିବା କଂଗ୍ରେସ ଦମ୍ ଦେଖାଇବରେ ଲାଗିଛି । ଯଦିଓ କଂଗ୍ରେସ ନିକଟରେ ସରିଥିବା ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରେ ସଫଳ ହୋଇଛି । ସେଥିପାଇଁ ଦଳର ଆତ୍ମବିଶ୍ୱାସ ଦ୍ୱିଗୁଣିତ ହୋଇଯାଇଛି । କଥା ହେଲା ଓଡ଼ିଶାରେ ବିଜେଡି ଶାସନରେ ଥାଇ ଯୋଜନା ଘୋଷଣା କରୁଛି ।

ସେହିପରି କେନ୍ଦ୍ର ସରକାର ମଧ୍ୟ ପଛରେ ପଡି ନାହାନ୍ତି । ଏହି ପରିପ୍ରେକ୍ଷିରେ କଂଗ୍ରେସ ଜନସାଧାରଣଙ୍କୁ କିପରି ବିଶ୍ୱାସ ଦେବ ଓ ସେମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବ । ତେବେ ରାହୁଲ କେବଳ ଏତିକି କରି ପାରିବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିବେ । ଏହା ତାଙ୍କର ଏକ ଚିରାଚରିତ ଅଭ୍ୟାସ ହୋଇଗଲାଣି ବୋଲି ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି । ହେଲେ ରାହୁଲଙ୍କ ବାଣ କେତେ ଟାଣ ତାହାତ ସମୟ କହିବ । ଏହି ଢଙ୍ଗରେ ସେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ସରକାର ଗଢି ପ୍ରମାଣ କରିସାରିଛନ୍ତି । ତେଣୁ ରାହୁଲଙ୍କ ବାଣକୁ ସାବଧାନ୍ ହେବା ଅନ୍୍ୟ ଦଳ ପାଇଁ ଜରୁରୀ ।

error: Thank You Keep Visiting