ଆଜି ବି ଓଡ଼ିଶା ଦରିଦ୍ରତମ ରାଜ୍ୟ : ନିରଞ୍ଜନ ପଟ୍ଟନାୟକ

Straight to the Point

ଯାଜପୁର ,(ଓଡ଼ିଶା ଜର୍ଣ୍ଣାଲ) : ଯାଜପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆସି ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ବିକାଶ କରୁଥିବା କହି ସରକାରୀ ଖଚ୍ଚର୍୍ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟର ବିନାଶ କରୁଛନ୍ତି ବୋଲି କହିବା ସହ ଆଜିବି ଓଡ଼ିଶା ଦରିଦ୍ରତମ ରାଜ୍ୟ ବୋଲି କହିଥିଲେ । ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ନିଶ୍ଚିତ ଭାବେ ସରକାର କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହ ପ୍ରତ୍ୟେକ ଦିନ କଂଗ୍ରେସ ଦଳରେ ବିଭିନ୍ନ ଦଳରୁ ଯୋଗଦାନ କରିବା ଏହା ସୂଚାଇ ଦେଉଅଛି ।

ଓଡ଼ିଶାରେ ୬୫ ପ୍ରତିଶତ ଲୋକମାନେ ଦାରିଦ୍ର ସୀମାରେଖା ତଳେ ରହିଥିବା ବେଳେ ଏଠାରେ ୧୯ବର୍ଷ ମଧ୍ୟରେ ଜଳସେଚନ କରପାରିନାହାନ୍ତି ବରଂ ଉଠାଜଳସେଚନ ଗୁଡିକ ସଂପୂର୍ଣ୍ଣ ଭାବେ ଅଚଳ ହୋଇପଡିଛି । ରାଜ୍ୟରେ ଶହ ଶହ ସଂଖ୍ୟକ ଚାଷୀମାନେ ଆତ୍ମହତ୍ୟା କରୁଥିବା ବେଳେ ସରକାର ଏହାକୁ ନମାନିଲେ ମଧ୍ୟ ଚାଷୀକୁଳ ହତାଶ ହୋଇପଡିଛନ୍ତି । ଏହି ରାଜ୍ୟରେ ୧୯ବର୍ଷ ମଧ୍ୟରେ ୬୦ଲକ୍ଷ ଲୋକ ରାଜ୍ୟ ବାହାରକୁ ଯାଇ ଦାଦନ ଶ୍ରମିକ ଭାବେ ଖଟୁଥିବାରୁ ନିଯୁକ୍ତି ସଂଖ୍ୟା ଶୂନ୍ ବୋଲି କହିବା ସହ ୩୬ଲକ୍ଷ ବେକାର ଯୁବକମାନେ ନିଯୁକ୍ତି ନପାଇ ବେକାରୀ ଅଛନ୍ତି । ଏହି ରାଜ୍ୟରେ ୧.୫ ଲକ୍ଷ ସରକାରୀ ପଦବୀ ଖାଲିଥିବା ବେଳେ କୌଣସି ନିଯୁକ୍ତି ଦିଆଯାଇପାରି ନାହିଁ ।

ତେବେ କଂଗ୍ରେସ ସରକାର ଆସିଲେ ଚାଷୀମାନଙ୍କୁ ସୋଲାର୍ ପମ୍ପ ଦେବା ସହ ଶୀତଳଭଣ୍ଡାର ଖୋଲାଯିବ , ଧାନ କ୍ୱିଣ୍ଟାଲ ପ୍ରତି ୨୬ଶହ ଟଙ୍କା କ୍ରୟ କରାଯିବା ସହ ଯୁବକମାନଙ୍କୁ ମିନିମମ୍ ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରାଯିବା ସହ ପ୍ରତ୍ୟେକ ପରିବାରରୁ ଜଣଙ୍କୁ ସରକାରୀ କିମ୍ବା ବେସରକାରୀ ·କିରୀ ପ୍ରଦାନ ଦିଆଯିବ । ଯୁବକମାନଙ୍କୁ ଚାକିରୀ ନମିଳିବା ପର୍ଯ୍ୟନ୍ତ ପ୍ରତ୍ୟେକ ମାସ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ । ସେହିପରି ୩ଶହ ଟଙ୍କା ଭତ୍ତା ପାଉଥିବା ଲୋକମାନଙ୍କୁ ୧ହଜାର ଟଙ୍କା ଓ ୫ ଶହ ଟଙ୍କା ଭତ୍ତା ପାଉଥିବା ଲୋକମାନଙ୍କୁ ୧୫ଶହ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ସାମ୍ବାଦିକମାନଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହୋଇ ବିରୋଧିଦଳ ସଠିକ୍ କାମ କରୁନଥିବା ପ୍ରଶ୍ନରେ ବିରକ୍ତି ହୋଇ ଆମେ କ’ଣ ରାଜରାସ୍ତାରେ ଠିଆ ହେବୁ ବୋଲି କହିଥିଲେ ।

ବିଜେପି ବରିଷ୍ଠ ନେତା ତଥା ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ଜେନା ବିଜେପି ଦଳ ଛାଡି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତ ସମ୍ବୋଧନ କରିଥିବା ବେଳେ ମହିଳା କଂଗ୍ରେସ ସଭାନେତ୍ରୀ ଇତିଶ୍ରୀ ମହାନ୍ତି , ବନ୍ଦିତା ପରିଡା,ଆଲୋକ ବେହେରା ପ୍ରତୀମା କର, କନକଲତା ମଲ୍ଲିକ, ପଦ୍ମାକର ଗୁରୁ, ବରିଷ୍ଠ କଂଗ୍ରେସ ନେତା ଶିଶିର ନାୟକ, ଦିପ୍ତିରେଖା ମିଶ୍ର, ଉମେଶ ଜେନା, ମନୋରଞ୍ଜନ ଦାସ , ଦେବେନ୍ଦ୍ର ପଣ୍ଡା, ସନ୍ତୋଷ ନନ୍ଦ, ବିଷ୍ଣୁଚରଣ ରାଉତ, ଭାସ୍କର ମହାନ୍ତି, ନାରାୟଣ ଚନ୍ଦ୍ର ସାମନ୍ତ, ସୁଦିପ କୁମାର କର, ବିଭୁତି ମହାପାତ୍ର, ନିତାଇଚାନ୍ଦ ମହାନ୍ତି, ଅକ୍ଷୟ ଶତପଥି, ରଞ୍ଜିତା ରାଉତ,ରାହାସ ବିହାରୀ ଦାସ, ସଂଗ୍ରାମ ଜେନା, ସନ୍ତୋଷ ବେହେରା, ଦୂର୍ଯ୍ୟୋଧନ ବେହେରା, ଦିଲ୍ଲୀପ ପତି, ଅର୍ଜୁନ ଚରଣ ଦାସ ଙ୍କ ସମେତ ଶହ ଶହ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।

2 thoughts on “ଆଜି ବି ଓଡ଼ିଶା ଦରିଦ୍ରତମ ରାଜ୍ୟ : ନିରଞ୍ଜନ ପଟ୍ଟନାୟକ

  • March 5, 2019 at 5:01 pm
    Permalink

    My best wishes to Odisha Journal.

Comments are closed.

error: Thank You Keep Visiting