ଜଗତସିଂହପୁର ବିଧାନସଭା କ୍ଷେତ୍ରରେ ବିଜେଡିର ନୂଆମୁହଁ ସମ୍ଭାବନା,ଯୁବ ପ୍ରାର୍ଥୀଙ୍କ ଭିତରେ ଆଶା ଓ ଆଶଙ୍କା

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ) : ଦୀର୍ଘ ୨୪ବର୍ଷ ପରେ ଜଗତସିଂହପୁର ବିଧାନସଭା କ୍ଷେତ୍ରରେ ଗତ ୨୦୧୪ ସାଧାରଣ ନିର୍ବାଚନରେ ଅଣ କଂଗ୍ରେସ ଦୁର୍ଗର ପତ୍ତନ ହୋଇଥିଲା । ଜିଲ୍ଲା ବିଜେଡି ସଭାପତି ତଥା ୨୪ବର୍ଷ ଧରି ଲଗାତାର ବିଧାୟକ ଥିବା ବିଷ୍ଣୁ ଦାସ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳଙ୍କ ଠାରୁ ପରାଜିତ ହେବା ପରେ ଜଗତସିଂହପୁର ବିଧାନସଭା କ୍ଷେତ୍ରରେ ବିଜେଡି ସ୍ଥିତିର ପରିବର୍ତ୍ତନ ଆଶଙ୍କା ଦେଖାଦେଇଥିଲା । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିସ୍ଥିତି ଜଗତସିଂହପୁର ବିଧାନସଭା କ୍ଷେତ୍ରରେ ବିବାଦମାନ ହୋଇପଡିଛି । ତେବେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ୧୦ଜଣ ପ୍ରାର୍ଥୀ ବିଜେଡି ଟିକେଟ ଲବିରେ ଥିବା ସମୟରେ ନୂଆ ଯୁବ ପ୍ରାର୍ଥୀ ବିଜେଡି ସଂଗଠନରୁ ଉପସ୍ଥାପିତ ହେବାର ସମ୍ଭାବନା ଯୋର ଧରିଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ ୨୦୧୯ ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ବିଷ୍ନୁ ଦାସ,ପୂର୍ବତନ ବାଲିକୁଦା ଏରସମା ବିଧାୟକ ଜ୍ୟୋତିଷ ଦାସ,ପୂର୍ବତନ ଜଗତସିଂହପୁର ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା ଟିକେଟ ଲବିରେ ଥିବା ସମୟରେ ବହୁ ଯୁବ ନେତା ମଧ୍ୟ ଲବିରେ ଅଛନ୍ତି । ବିଜେଡି ଟିକେଟ ଲବିରେ ଥିବା ଯୁବ ନେତାଙ୍କ ମଧ୍ୟରେ ପ୍ରଦୀପ୍ତ ସ୍ୱାଇଁ,ଜିଲ୍ଲା ଯୁବ ବିଜେଡି ସଭାପତି ଅମରେନ୍ଦ୍ର ଦାସ,ଇଂ.ସତ୍ୟବାଦୀ ମିଶ୍ର ଚର୍ଚ୍ଚାରେ ଅଛନ୍ତି । ତେବେ ଯୁବ ନେତା ମାନଙ୍କ ମଧ୍ୟରୁ ଯୋଗ୍ୟତା,ଅଭିଜ୍ଞତା ଦୃଷ୍ଟିରୁ କିଏ ଯୋଗ୍ୟ ବିବେଚିତ ହେବ ଓ ଟିକେଟ ପାଇବ ସେ ନେଇ ବିଭିନ୍ନ ଆଲୋଚନା ·ଲିଛି । ଗତ ୨୦୦୯ ସୀମା ପୁର୍ନଗଠନ ଓ ଆସନ ସଂରକ୍ଷଣ ବ୍ୟବସ୍ଥା ପରେ ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଥିବା ନାଉଗାଁ ବ୍ଲକ ଜଗତସିଂହପୁର ବିଧାନସଭା ମଣ୍ଡଳୀରେ ସାମିକ ହୋଇଛି ।

ଗତ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ନାଉଗାଁ ବ୍ଲକ,ଜଗତସିଂହପୁର ବ୍ଲକ ଓ ପୌରାଞ୍ଚଳ ଭୋଟରଙ୍କ ଆସ୍ଥା ଭାଜନ ହୋଇପାରିବ ସେଭଳି ନେତା ସଂପର୍କରେ ବିଜେଡି ଥିବା ବିଷୟ ଆଲୋଚନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଜିଲା ଯୁବ ବିଜେଡି ସଭାପତି ତଥା ବିଷ୍ଣୁ ଙ୍କ ଅନୁଗତ ଅମରେନ୍ଦ୍ର ଦାସ ଏସଭିଏମ କଲେଜ ସହିତ ଦୀର୍ଘ ଦିନରୁ ଜଡିତ ଥିବାରୁ ଛାତ୍ରଛାତ୍ରୀଙ୍କ ଭୋଟ ସହିତ ଜଗତସିଂହପୁର ବ୍ଲକ ଓ ପୌରାଞ୍ଚଳରେ ପରିଚିତ । ଅନ୍ୟତମ ଯୁବନେତା ଇଂ ସତ୍ୟବାଦୀ ମିଶ୍ର ଜଗତସିଂହପୁର ବ୍ଲକ ପୌରାଞ୍ଚଳ ଓ ନାଉଗାଁ ବ୍ଲକରେ ଏତେ ପରିଚିତ ନୁହଁନ୍ତି । ମାତ୍ର ବନ୍ଧୁମିଳନ ଓ ସଭାସମିତି କରି ଲୋକପ୍ରୀୟ ହେବା ଯୋଜନା ଚଳାଇଛନ୍ତି । ନାଉଗାଁ ବ୍ଲକର ପ୍ରକାଶ ବସ୍ତିଆ ଜଗତସିଂହପୁର ବ୍ଲକ ଓ ପୌରାଞ୍ଚଳରେ ଏକପ୍ରକାର ଅପରିଚିତ ।

ଏମାନଙ୍କ ଅପେକ୍ଷା ନାଉଗାଁ ବ୍ଲକ ଅଞ୍ଚଳର ପ୍ରଦୀପ୍ତ ସ୍ୱାଇଁ ଗତ ୨୦୦୪ରେ ପୁରୁଣା ବାଲିକୁଦା ଆସନ ପାଇଁ ବିଜେଡି ଟିକେଟ ପାଇଥିଲେ ମଧ୍ୟ ମେଣ୍ଟ ଯୋଗୁ ଆସନ ପରିବର୍ତ୍ତନ ହେବାରୁ ଟିକେଟ ଫେରାଇଥିଲେ । ପ୍ରଦୀପ୍ତଙ୍କ ସ୍ତ୍ରୀ ନାଉଗାଁ ବ୍ଲକ ଅଧ୍ୟକ୍ଷା ମଧ୍ୟ ଥିଲେ । ସର୍ବୋପରି ଜଗତସିଂହପୁରରେ ୨୦୦୪ ପର୍ଯ୍ୟନ୍ତ କଷ୍ଟକର ପ୍ରୀୟ ଭାଜନ ହୋଇ ସାଧାରଣ ନିର୍ବାଚନ ପୌର ନିର୍ବାଚନ ଓ ଛାତ୍ର ନିର୍ବାଚନ ପରି·ଳନା କରି ନାଉଗାଁ,ଜଗତସିଂହପୁର ବ୍ଲକ ଓ ପୌରାଞ୍ଚଳରେ ପରିଚିତ । ଯୁବନେତା ମାନେ ଏଭଳି ସ୍ଥିତିରେ ଥିବା ସମୟରେ କିଏ ୨୦୧୯ ରେ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ ଟକ୍କର ଦେବ ଓ ବିଜେଡି ଟିକେଟ ପାଇବ ସେ ପ୍ରସଙ୍ଗରେ ଜନସାଧାରଣରେ ଚର୍ଚ୍ଚା ଯୋର ଧରିଛି ।

error: Thank You Keep Visiting